ଶାଶୁଙ୍କ ଜୁଇ ଲିଭି ନଥିଲା, ଜଳିଲା ବୋହୁର ଚିତା

ବାଲିପାଟଣା: ଗାଁ ଶ୍ମଶାନରେ ଶାଶୁଙ୍କ ଜୁଇ ଲିଭି ନ ଥିଲା ଜଳିଲା ବୋହୁର ଚିତା । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକର ଭାପୁର ପଞ୍ଚାୟତ ଦିୱାନପାଟଣା ମୁଦୁଲି ସାହି ଗ୍ରାମର ସ୍ବର୍ଗତ ଭ୍ରମରଵର ମୁଦୁଲିଙ୍କ ପତ୍ନୀ ନେତ୍ରମଣି ମୁଦୁଲି (୯୦) ଏବଂ ତାଙ୍କ ବୋହୁ ଉର୍ବଶୀ ମିଦୁଲି (୬୦) । ଶାଶୁ-ବୋହୁଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ବନମାଳୀପୁର ଭାପୁର ପଞ୍ଚାୟତ ଦିୱାନପାଟଣା ମୁଦୁଲି ସାହିଗ୍ରାମର ନେତ୍ରମଣି ମୁଦୁଲି ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ ଘରେ ଅପରାହ୍ନ ୧୨ ଟାରେ ମୃତ୍ୟୁ ବରଣ କରିଛନ୍ତି । ଶାଶୁଙ୍କ କୋକେଇ ପଛେରେ ବୋହୁ ଉର୍ବଶୀ ଗାଁ ଦାଣ୍ଡରେ ଗୋବର ପାଣି ଛିଞ୍ଚିବାକୁ ଯାଇଥିଲେ । ଶବଦାହ କିଛି ସମୟ ପରେ ସେ ଅସୁସ୍ଥ ହୋଇପଡିଥିଲେ । ଗୁରତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ଅପରାହ୍ନ ଅଢେଇଟାରେ ମେଡିକାଲ ଆସିବା ରାସ୍ତାରେ ଉର୍ବଶୀ ଆଖିବୁଜି ଦେଇଥିଲେ । ହୃଦଘାରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି । ଶାଶୁଙ୍କ ଜୁଇ ଲିଭି ନ ଥିବା ବେଳେ ସେଇ ମଶାଣିରେ ଉର୍ବଶୀଙ୍କ ଚିତା ଜଳିଥିଲା ।

ସମ୍ବନ୍ଧିତ ଖବର