ବ୍ରହ୍ମଗିରି: ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ସାତପଡ଼ା ଫାଣ୍ଡି ରାମେଶ୍ୱରପୁରପାଇକସାହି ଗାଁରେ ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡି ଶାଶୁଙ୍କ ମୃତ୍ୟୁ ହୋଇଥିବାବେଳେ ବୋହୂ ଗୁରୁତର ହୋଇ ପୁରୀ ସଦର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି | ଆଜି ସକାଳୁ ବ୍ରହ୍ମଗିରି ଥାନା କୃଷ୍ଣପ୍ରସାଦ ବ୍ଲକ ରାମେଶ୍ୱରପୁରପାଇକସାହି ଗାଁରେ ମଲ୍ଲୀ ଦଳାଇଙ୍କ ଘର ଭୁଶୁଡି ପଡିଥିଲା | କାନ୍ଥ ତଳେ ମଲ୍ଲୀ ଓ ତାଙ୍କ ବୋହୁ ଗୀତା ଦଳାଇ ଚାପି ହୋଇ ରହିଥିଲେ |
ଉଭୟ ଶାଶୁ ଓ ବୋହୁଙ୍କ ଚିତ୍କାର ଶୁଣି ଗାଁ ଓ ପଡୋଶୀ ଲୋକେ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ | ପରେ ଉଭୟଙ୍କୁ ପୁରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶାଶୁ ମଲ୍ଲୀଙ୍କ ମୃତ୍ୟୁ ହୋଇଥିବାବେଳେ ବୋହୂଙ୍କ ଚିକିତ୍ସା ଚାଲିଛି | ବ୍ରହ୍ମଗିରି ପୁଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ କରିଥିବାବେଳେ ଏନେଇ ପୁଲିସ ୨୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ପୁଲିସ କହିଛି |