ସାମାନ୍ୟ ବଚସାକୁ ନେଇଁ ମରଣାନ୍ତକ ଆକ୍ରମଣ, ଜ୍ବାଇଁର ଟାଙ୍ଗିଆ ଚୋଟରେ ଶାଶୁ ଗୁରୁତର

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଆଜି ପୂର୍ବାହ୍ନରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ବାଇଁର ଟାଙ୍ଗିଆ ଚୋଟରେ ଶାଶୁ ଗୁରୁତର ହୋଇଥିବା ଜଣାପଡିଛି। ଶାଶୁ ଦୀପ୍ତିମଣି କର୍କରା (୫୫)ଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମର ନାୟକ ମେଡିକାଲ କଲେଜ ଓ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିକୁ ସ୍ଥାନାନ୍ତରିତ କରାଯାଇଛି !

ସୂଚନା ଅନୁଯାୟୀ ପତ୍ରପୁଟ ପଂଚାୟତ ଅନ୍ତର୍ଗତ ଭରଗୁଡା ଗ୍ରାମର କୈଳାଶ ଗଣ୍ଡା (୪୦) କୁର୍ମାକୋଟ ଗ୍ରାମର ଦୀପ୍ତିମଣି କର୍କରାଙ୍କ ଝିଅକୁ ପ୍ରାୟ ୧୫ ବର୍ଷ ପୂର୍ବରୁ ବିବାହ କରିଥିଲେ। ଗତ କିଛିବର୍ଷ ହେଲା କୈଳାଶ ନିଜ ସ୍ତ୍ରୀ ସହ ଗଣ୍ଡଗୋଳ କରୁଥୁବା କାରଣରୁ ସେ କୁର୍ମାକୋଟ ନିଜ ବାପା ଘରେ ଆସି ରହୁଥିଲେ। ନିଜ ଝିଅ ସହ ଜ୍ବାଇଁ ସବୁବେଳେ ଗଣ୍ଡଗୋଳ କରୁଥିବା କାରଣରୁ ଶାଶୁ କୈଳାଶକୁ ଦାଗିଦ କରି ଆସୁଥିଲେ। ଆଜି ପୂର୍ବାହ୍ନରେ ଶାଶୁ ଦୀପ୍ତିମଣି ଏବଂ ଜ୍ବାଇଁ କୈଳାଶଙ୍କ ମଧ୍ୟରେ କୌଣସି କଥାକୁ ନେଇଁ ବଚସା ହୋଇଥିଲା। କୈଳାଶ ଏଥିରେ ରାଗିଯାଇ ଶାଶୁ ଦୀପ୍ତିମଣିଙ୍କୁ ଏକ ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରି ଚାଲିଯାଇଥିଲା। ଶାଶୁ ଦୀପ୍ତିମଣି ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରିଥିଲେ। ସାହି ପଡିଶାଙ୍କ ସହଯୋଗରେ ଦୀପ୍ତିମଣିଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ତେବେ ଦିପ୍ତିମଣୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସିଲେଇ କରି ଅଧିକ ଚିକିତ୍ସା ପାଇଁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିବା ଚିକିତ୍ସା କରିଥିବା ଡାକ୍ତର ସଚିକାନ୍ତ ଲେଙ୍କା କହିଛନ୍ତି। ଏନେଇଁ ଗୁରୁତର ଦୀପ୍ତିମଣି ଝିଅ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିବା ପରେ କୈଳାଶକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥୁବା ଆଇଆଇସି ପ୍ରମୋଦ ନାୟକ କହିଛନ୍ତି। ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ. ଆଇ ପର୍ଶୁରାମ ସାହୁ ଘଟଣାର ତଦନ୍ତ କରୁଛନ୍ତି !

ସମ୍ବନ୍ଧିତ ଖବର