ରେମୁଣା: ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ମା’ ଶାନ୍ତିଲତା ମହାନ୍ତିଙ୍କ ୯୬ ବର୍ଷ ବୟରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଶନିବାର ସକାଳ ସାଢ଼େ ୬ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା।
ଶାନ୍ତିଲତା ୨୦୧୨ ମସିହାରୁ ବାଲେଶ୍ବର ସହର ଉପକଣ୍ଠ ରେମୁଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର ଠାରେ ଥିବା ତାଙ୍କ ସାନପୁଅ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଅଜୟ ମହାନ୍ତିଙ୍କ ଘରେ ରହିଆସୁଥିଲେ। ତେବେ ଶାନ୍ତିଲତାଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିବା ବେଳେ ଆଜି ସକାଳେ ପରଲୋକ ଘଟିଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ୨ଝିଅ ସୁଶୋଭିତା ପଟ୍ଟନାୟକ, ସୁଜାତା ଦାସ, ପୁତ୍ରବଧୂ ଓ ନାତିନାତୁଣି ଉପସ୍ଥିତ ଥିଲେ। ପୂର୍ବାହ୍ନ ସାଢ଼େ ୧୧ଟାରେ ଅଚ୍ୟୁତପୁର ଗାଁ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା। ମହାମାରୀ କୋଭିଡ଼ ସମୟରେ ଗତ ଜୁଲାଇ ମାସରେ ବିଜୟ ମହାନ୍ତି ଏବଂ ଆଜି ତାଙ୍କ ମା’ଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ଦେଖାଯାଇଛି। ବିଭିନ୍ନ ମହଲରୁ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/0751f216-4cdf-43fd-bfe0-5368ad76d713.jpg)