ଖୋର୍ଦ୍ଧା: ଖୋର୍ଦ୍ଧାା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତ୍ତବନ୍ଧୁ ନାୟକ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ. ଜୀବନବିନ୍ଦୁ ଆଚାର୍ଯ୍ୟ ଓ ବିଜନ କୁମାର ପଣ୍ଡା, ଡିପିଏମ୍ ପ୍ରକାଶ ବାନାର୍ଜୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଓ ଡାକ୍ତର ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ନାୟକ କହିଥିଲେ ଯେ ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମରେ ୨୦-୩୦ ବର୍ଷ ପୂର୍ବେ ଗର୍ଭବତୀ ମହିଳାଙ୍କ ପ୍ରସବକାଳୀନ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିଲା ତାହା ଅନେକ ପରିମାଣରେ ହ୍ରାସ ପାଇଛି।
ସମସ୍ତ କର୍ମୀଙ୍କ କାନ୍ଧରେ ୬୪ଟି ଯୋଜନାର ଭାର ରହିଛି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କ ଯୋଗଦାନ ଅବିସ୍ମରଣୀୟ ବୋଲି କହିଥିଲେ। ତେବେ ଏନେଇ ଚିକିତ୍ସାଳୟର ଶିଶୁ ଓ ମହିଳା ବିଭାଗର ଡାକ୍ତର, ପ୍ରସୂତୀ ବିଭାଗର ଡାକ୍ତର ମାନେ ଅଧିକ ସମନ୍ୱୟ ସହକାରେ କାର୍ଯ୍ୟ କଲେ ଗର୍ଭକାଳୀନ ମୃତ୍ୟୁହାର ଆହୁରି ହ୍ରାସ ପାଇବ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Khordha-Nirapada-Matrutwa-Divas-palita.jpg)