ମା’, ପୁଅ ଆତ୍ମହତ୍ୟା ଘଟଣାମା’, ପୁଅ ଆତ୍ମହତ୍ୟା ଘଟଣାବ୍ୟବସାୟୀ ରାଧାନାଥ ଏବେ କେଉଁଠି?

ଜୟପୁର: ଜୟପୁର ସହରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିକାଶ ପ୍ରତିଷ୍ଠାନର ମାଲିକ ରାଧାନାଥ ପଣ୍ଡା ନିଖୋଜ ହୋଇ ଇତି ମଧ୍ୟରେ ଦେଢ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଖୋଜ ଖବର ମିଳୁନାହିଁ। ଗତ ମାସ ୭ତାରିଖ ଦିନ ଆନ୍ଧ୍ର ପ୍ରଦେଶର ବିଜୟନଗର ସ୍ଥିତ ଗୋଟିଏ ହୋଟେଲରୁ ତାଙ୍କ ପୁଅ ଓ ପତ୍ନୀଙ୍କ ଶବ ମିଳିବା ପରେ ନାନା ଚର୍ଚ୍ଚା ଜୋର ଧରିଥିଲା।  କିଛି ଦିନ ଧରି ମା’, ପୁଅଙ୍କ ଆତ୍ମହତ୍ୟାକୁ ନେଇ ବହୁ କଥା ଶୁଣିବାକୁ ବି ମିଳିଥିଲା। କିନ୍ତୁ ସମୟକ୍ରମେ ଏହି ଘଟଣା ଜନମାନସରୁ ଲିଭିବାକୁ ବସିଥିବା ବେଳେ ରାଧାନାଥ ଏବେ କେଉଁଠି? ତାହା ରହସ୍ୟ ହୋଇ ରହିଛି। ନା’ ପରିବାର ଲୋକ ସେ ନେଇ କିଛି ଜାଣିଛନ୍ତି ନା’ ଆନ୍ଧ୍ର ପୁଲିସ ନିକଟରେ କୌଣସି ସୂଚନା ରହିଛି। ତେବେ ସେ ବର୍ତମାନ ବ୍ରହ୍ମପୁରରେ ଅଛନ୍ତି। ସେ ଦାଢି ବଢାଇବା ସହ ଲୁଚି ବୁଲୁଥିବା କିଛି ଲୋକ ଦେଖିଥିବା ଶୁଣିବାକୁ ମିଳୁଛି। ସେହିପରି ରାଧାନାଥଙ୍କ ସାନ ଭାଇ ପଣ୍ଡିଚେରୀରେ ରହୁଥିବାରୁ ସେ ସେଠାରେ ମଧ୍ୟ ଥାଇପାରନ୍ତି ବୋଲି ବିଜୟନଗର ପୁଲିସ ସନ୍ଦେହ କରୁଥିଲେ ହେଁ କିଛି ସ୍ପଷ୍ଟ କରିପାରୁ ନାହିଁ। ତାଙ୍କ ବଡ ଭାଇ କହିଛନ୍ତି ଯେ ରାଧାନାଥ ଏବେ କେଉଁଠି ଅଛନ୍ତି ସେନେଇ ପୂରା ପରିବାର ଏପର୍ଯ୍ୟନ୍ତ ଅନ୍ଧାରରେ ରହିଛୁ। ତାଙ୍କ ପରିବାର ଏମିତି କାହିଁକି କଲେ। ରାଧାନାଥ ସେହି ଦିନ ହଠାତ୍‌ ହୋଟଲରୁ କାହିଁକି ଚାଲିଗଲେ ଜଣାପଡୁନାହିଁ ବୋଲି କହିଛନ୍ତି। ଆନ୍ଧ୍ର ପୁଲିସ ରାଧାନାଥ ପୁଅ ଅମିତ ଓ ପତ୍ନୀ ଶକୁନ୍ତଳାଙ୍କ ଶବ ଉଦ୍ଧାର କରିବା ସମୟରେ ଗୋଟିଏ ନୋଟ ପାଇଥିଲା। ସେଥିରେ ଅମିତ ତାଙ୍କ ପତ୍ନୀଙ୍କୁ ସୂଚନା ଦେବାକୁ ଉଲ୍ଲେଖ କରିଥିଲେ। ଯୋଗାଯୋଗ ପାଇଁ ପତ୍ନୀଙ୍କ ଫୋନ ନମ୍ବର ବି ଛାଡି ଯାଇଥିଲେ। ହେଲେ ଅମିତ କାହିଁକି ପତ୍ନୀଙ୍କୁ ତାଙ୍କ ଆତ୍ମହତ୍ୟା କଥା ଜଣାଇବାକୁ ଚାହୁଁଥିଲେ ତାହା ବି ବଡ ପ୍ରଶ୍ନ ହୋଇ ରହିଛି।  ଘଟଣା ପରେ ଅମିତଙ୍କ ପତ୍ନୀ ରିଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ସ୍ୱାମୀଙ୍କୁ ଶେଷ ଥର ପାଇଁ ଜୁଲାଇ ମାସ ୨୬ତାରିଖ ଦିନ ଦେଖିଥିଲେ।

ଜୁଲାଇ ୩୧ତାରିଖ ଦିନ ଅମିତ, ଶାଶୂ ଓ ଶ୍ୱଶୁର ଜୟପୁର ଛାଡିଥିଲେ। ଏହାପରେ ତାଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା।  ଭୁବନେଶ୍ୱର ଠାରେ ନୂଆକରି ଆରମ୍ଭ କରିଥିବା ରିଏଲଇଷ୍ଟେଟ୍‌ କମ୍ପନିର ନିର୍ଦେଶକଙ୍କ ବୈଠକରେ ସେ ଅଗଷ୍ଟ ମାସରେ ଯୋଗ ଦେବାର ରହିଥିଲା। କିନ୍ତୁ ଅଚାନକ ତାଙ୍କ ମୃତ୍ୟୁ ଖବର ପାଇଥିଲୁ।ବୋର୍ଡ ଅଫ ଡିରେକ୍ଟର ମିଟିଂରେ ଅମିତ ଯୋଗ ଦେବାର ଥିଲା କିନ୍ତୁ ପରେ ସେମାନଙ୍କର ମୃତ୍ୟୁ ଖବର ପାଇଥିଲୁ। ଏନେଇ ପୁଲିସ ସହ ଯୋଗାଯୋଗ କରିବାରୁ ତଦନ୍ତ କରୁଥିବା କହି ଘଟଣାକୁ ଅଧିକ ଜଟିଳ ତଥା ରହସ୍ୟ ଜନକ କରୁଥିବା ରିଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ବିଜୟନଗରମ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ  ପୁଲିସ ଘଟଣାକୁ ଯଥେଷ୍ଟ ଗୁରୁତ୍ୱ ଦେଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇ ସାରିଲାଣି। ସୁଇଟସାଇଡାଲ ନୋଟ ଓ ଜବତ ବିଷ ବୋତଲକୁ ଫରେନ୍ସିକ ଲ୍ୟାବକୁ ପଠାଇ ତାହାର ରିପୋର୍ଟ ପାଇ ସାରିଛୁ। ଯଥାଶୀଘ୍ର ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେବେ ରାଧାନାଥଙ୍କ ସଂପର୍କରେ କିଛି ଜଣାପଡିନାହିଁ। ତେଣୁ ପ୍ରତ୍ୟେକ ଥାନାକୁ ତାଙ୍କ ଫଟୋ ପଠାଇଛୁ। ତାଙ୍କ ସଂପର୍କରେ କୌଣସି ତଥ୍ୟ ମିଳିଲେ ତୁରନ୍ତ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି।  ସୂଚନାଯୋଗ୍ୟ, ଗତ ମାସ ୭ତାରିଖ ଦିନ ସକାଳ ପ୍ରାୟ ୧୦ଟାରେ ଆନ୍ଧ୍ର ପ୍ରଦେଶର ବିଜୟନଗର ସ୍ଥିତ ଭାଇଟାଲ ରେସିଡେନସିର ରୁମ ନଂ ୨୦୭ରୁ  ରାଧାନାଥ ପଣ୍ଡାଙ୍କ ପୁଅ ଅମିତ ପଣ୍ଡା (୪୧) ଓ ସ୍ତ୍ରୀ ଶକୁନ୍ତଳା ପଣ୍ଡା(୬୨) ଗଳିତ ଶବ ଉଦ୍ଧାର କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ରାଧାନାଥଙ୍କ ସନ୍ଧାନ ଆରମ୍ଭ କରିଥିଲା। କିନ୍ତୁ ୫ତାରିଖ ଠାରୁ ହିଁ ଗୋଟିଏ ବ୍ୟାଗ ଧରି ରାଧାନାଥ ହୋଟେଲରୁ କେଉଁଆଡେ ଚାଲି ଯାଇଥିବା ପୁଲିସ ଜାଣିବାକୁ ପାଇଥିଲା।

ସମ୍ବନ୍ଧିତ ଖବର