ଉଠାଜଳସେଚନ ପଏଣ୍ଟରୁ ମୋଟର ଚୋରି ଅଭିଯୋଗ

ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ କାଳିଆଗାଁ ନିକଟସ୍ଥ ପୁଜାରୀପୁଟ ଦଳାଇପୁଟ ଗାଁ ଜମିରେ ଉଠାଜଳସେଚନ ପଏଣ୍ଟରେ ଲାଗିଥିବା ୩୫ଏଚପିର ମୋଟର ଚୋରୀ ହୋଇଥିବା ସଦରଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ସୁରେନ୍ଦ୍ର ପଣ୍ଡା ଏ ନେଇ ଥାନାରେ ଏତଲା ଦେଇଛନ୍ତି।

ଏପରିକି ସଦର ଥାନା ଅର୍ନ୍ତଗତ ଆମ୍ବାଗୁଡା, ରଣ୍ଡାପାଲ୍ଲୀ, ଉମୁରୀ, କାଳିଆଗାଁ, ଏକମ୍ବା, ଡଙ୍ଗରଞ୍ଚିଛି ଅଞ୍ଚଳରୁ ଏଭଳି ପୂର୍ବରୁ ମୋଟର ଚୋରୀ କରିବା ମାମଲା ରୁଜୁ ହୋଇଛି। ପୂର୍ବରୁ ଏଭଳି ମାମଲା‌ରେ କିଛି ଦୁର୍ବତ୍ତ ଧରା ପଡ଼ି ବିଚାରବିଭାଗୀୟ ହାଜତକୁ ବି ଯାଇଛନ୍ତି। ଏହି ଦୁର୍ବତ୍ତ ଚୋର ମାନେ ଚୋରୀ କରି ଏଥିରେ ଯନ୍ତ୍ରାଂଶରେ ଲାଗିଥିବା ତମ୍ବାତାରକୁ ବିକ୍ରି କରୁଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର