ମୋଟରବାଇକକୁ ଧକ୍କା ଦେଲା ହାଇଡ୍ରା; ଜଣେ ମୃତ, ଜଣେ ଗୁରୁତର

ରାଉରକେଲା: ଜାତୀୟ ରାଜପଥ ବେଦବ୍ୟାସ ଆମର ପ୍ୟାଲେସ ନିକଟରେ ମୋଟରବାଇକକୁ ହାଇଡ୍ରା ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ସେକ୍ଟର – ୨୧ ନୟାବଜାର ଭବାନୀପୁର ଓରାମ ବସ୍ତିର ସୁଜିତ ଓରାମ (୨୨)l

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ସୁଜିତ ତାର ଜଣେ ସାଙ୍ଗ ସହ ବେଦବ୍ୟାସର ଲୁଙ୍ଗେଇ ବସ୍ତିକୁ ଯାଉଥିଲେ l ଏହି ସମୟରେ ୧୪୩ ନଂ ଜାତୀୟ ରାଜପଥର ବେଦବ୍ୟାସ ଅମରପ୍ୟାଲେସ ନିକଟରେ ପଛରୁ ଆସୁଥିବା ହାଇଡ୍ରା ଧକ୍କା ଦେଇଥିଲା l ଦୁହେଁ ଗୁରୁତର ହୋଇ ତଳେ ପଡି ଯାଇଥିଲେ l ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାଟରେ ସୁଜିତଙ୍କର ମୃତ୍ୟୁ ହୋଇଯାଇଥିଲା l ଖବର ପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ଦୁର୍ଘଟଣାଗ୍ରସ୍ତ ହାଇଡ୍ରା, ମୋଟରବାଇକକୁ ଜବତ କରି ତଦନ୍ତ ଚଳାଇଛି ପୁଲିସl

ସମ୍ବନ୍ଧିତ ଖବର