ନୀଳଗିରି ମହାବିଦ୍ୟାଳୟରେ ମାଓ ପୋଷ୍ଟର, ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାଙ୍କ ମଧ୍ୟରେ କୋକୁଆ ଭୟ

ନୀଳଗିରି: ନୀଳଗିରି ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ ରୁମ୍‌ ନିକଟରେ ଏକ  ସିପିଆଇ ମାଓ ଛାତ୍ର ସଙ୍ଗଠନ ପକ୍ଷରୁ ଲେଖାଥିବା ଏକ  ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ କଲେଜ ନିର୍ବାଚନ ବାତିଲ ଆମର ଦାବି, ଶିକ୍ଷା ବାତାବରଣ ଫେରାଇ ଆଣିବା ଆମର ଦାବି, ଶିକ୍ଷକ ରାଜନୀତି ଛାଡ଼ି ଶିକ୍ଷାଦାନ କରନ୍ତୁ ଆମର ଦାବି ଲେଖାଯିବା ସହ ନଚେତ ଆଗାମୀ ଦିନରେ ଭୟଙ୍କର ପରିଣାମ ଲାଗି ପ୍ରସ୍ତୁତ ରହ ଲେଖାଯାଇଛି  । ମଙ୍ଗଳବାର କଲେଜ ଖୋଲିବା କ୍ଷଣି ଛାତ୍ରଛାତ୍ରୀ ଏହି ମାଓ ପୋଷ୍ଟରକୁ ଦେଖି ଭୟଭୀତ ହୋଇ ଯାଇଥିଲେ।

ଅଧ୍ୟାପକ-ଅଧ୍ୟାପିକା ଏହି ଘଟଣା ବିଷୟରେ ଜାଣିବା ପରେ ଅଧ୍ୟକ୍ଷ ନୀଳଗିରି ଆଇଆଇସିଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପୋଷ୍ଟର ହଟାଇବା ସହିତ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର