ଜଗତସିଂହପୁରରେ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ, ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ଆଜି ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷର ହୋଇଛି । ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପରାଦୀପ ପୋର୍ଟ ଟ୍ରଷ୍ଟ ମଧ୍ୟରେ ଏହି ବୁଝାମଣା ହୋଇଥିବା ଜଣାଯାଇଛି । ଏହି ହସ୍ପିଟାଲ ପାଇଁ ପାଖାପାଖି ୩ କୋଟି ଟଙ୍କା ଖର୍ଚ୍ଚ ହେବ । ପାରାଦୀପ ଅଠରବାଙ୍କୀରେ ଥିବା ବିଜୁ ଯାତ୍ରୀ ନିବାସରେ ଏହି ହସ୍ପିଟାଲ କରାଯିବ । ପାରାଦୀପ ପୋର୍ଟ ଟ୍ରଷ୍ଟ କୋଭିଡ ହସ୍ପିଟାଲ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ । ଏହି ହସ୍ପିଟାଲ ଏପ୍ରିଲ ୧୩ ଠାରୁ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିିଳଛି ।

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଏନେଇ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ବୁଝାମଣା ସ୍ୱାକ୍ଷରିତ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରଏ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟା ପଣ୍ଡା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପାରାଦୀପ ପୋର୍ଟ ସଚିବ ସରୋଜ କୁମାର ଦାସ, ପାରାଦୀପ ପୋର୍ଟ ଟ୍ରଷ୍ଟର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରହ୍ଲାଦ ପଣ୍ଡା, ଏଡିଏମଓ ଡ. ବସନ୍ତ ବାରିକ, ଜିଲ୍ଲାପାଳଙ୍କ ଓଏସଡି ଡ. ଶଶାଙ୍କ ଶେଖର ଲେଙ୍କା, ସ୍ମୁତିରଂଜନ ମିଶ୍ର, ପାରାଦୀପ ବନ୍ଦର ମୁଖ୍ୟ ପରିଚାଳକ (କର୍ପୋରେଟ ରିଲେସନ ଆଣ୍ଡ କମ୍ୟୁନିକେସନ) ରତିକାନ୍ତ ନାଏକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର