ମୁଖ୍ୟମନ୍ତ୍ରୀଙ୍କୁ ଜିଇଓ ଟେଗ କର୍ମଚାରୀ ମହାସଂଘ ତରଫରୁ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ବୈପାରିଗୁଡା: ଓଡ଼ିଶା ଜିଇଓ ଟେଗ କର୍ମଚାରୀ ମହାସଂଘ ତରଫରୁ ଚାରି ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ବୈପାରିଗୁଡା ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ମାସିକ ମାନଦେୟ ସହିତ କାର୍ଯ୍ୟ ଚିଠା ପ୍ରଦାନ, ପଞ୍ଚାୟତ ସ୍ତରରେ ସ୍ବତନ୍ତ୍ର ପୋଷ୍ଟ କରିବା, ମାସିକ ଭ୍ରାମ୍ୟମାଣ ଭତ୍ତା ପ୍ରଦାନ, ଟ୍ୟାଗ୍ ଅଫିସର ମାନ୍ୟତା ପ୍ରଦାନ ସଂପର୍କରେ ଦାବି କରିବା ସହ ସେମାନେ କରୁଥିବା କାର୍ଯ୍ୟ ଗୁଡ଼ିକ ସଂପର୍କରେ ଦାବିପତ୍ର ଉଲ୍ଲେଖ କରାଯାଇଛି। ବିଶେଷ କରି ଗତ ୫ ବର୍ଷ ଧରି ବିପିଜିଓ୍ବାଇ,ପିଏମ୍ଏଓ୍ବାଇ, ଆଇଏଓ୍ବାଇ, ଏନ୍ଏସପିଜିଓ୍ବାଇ ଯୋଜନାରେ ରହିଥିବା ସମସ୍ତ କାର୍ଯ୍ୟ କରୁଅଛନ୍ତି।

ଏହାଛଡ଼ା ହିତାଧିକାରୀ ମାନଙ୍କୁ ଗୃହ ସଂପୂର୍ଣ୍ଣ କରିବାରେ ସହଯୋଗ କରିଥାନ୍ତି। କରୋନା କାଳରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦାୟିତ୍ଵ ନିର୍ବାହ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାର ସମସ୍ତ କାର୍ଯ୍ୟ କରିବା ଏବଂ ଅନଲାଇନ୍ ଡାଟା ଏଣ୍ଟ୍ରି କାମ କରୁଥିଲେ ମଧ୍ୟ ପ୍ରତି ଜିଇଓ ଟେଗ ପିଛା ମାତ୍ର ପଚାଶ ଟଙ୍କା ମିଳୁଛି। ଯେହେତୁ ପିଇଓ ଏବଂ ଜିଆରଏସଙ୍କ ସହ ସମାନ କାମ କରୁଥିବାରୁ ସମାନ ଦରମା ଦିଆଯିବା ପାଇଁ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଜିଇଓ ଟେଗ ସଭାପତି ବୈଷ୍ଣବ ଚନ୍ଦ୍ର ନାୟକ, କାର୍ଯକାରୀ ସଭାପତି ପୁର୍ଣ୍ଣଚନ୍ଦ୍ର ଟାକିରୀ, ଉପସଭାପତି ଚନ୍ଦ୍ରସେନ୍ ଦଳେଇ, ସଂପାଦକ ରତ୍ନାକର ଦଳେଇ,ସହ ସଂପାଦକ ଗୁପ୍ତ ବାରିକ, କୋଷାଧ୍ୟକ୍ଷ ଶରତ ପାତ୍ରଙ୍କ ସମେତ ବୈପାରିଗୁଡା ବ୍ଲକର ସମସ୍ତ ଜିଇଓ ଟେଗ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର