ଧର୍ମଗଡ଼ ଏନଏସିର ଛଟେଇ ସଫେଇ କର୍ମଚାରୀ ମାନଙ୍କୁ ପୁନଃ ଥଇଥାନ ଦାବି

କଳାହାଣ୍ଡି ଜିଲ୍ଲାପାଳଙ୍କୁ ଧର୍ମଗଡ଼ ସଫେଇ କର୍ମଚାରୀ ସଂଘର ଦାବିପତ୍ର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନଏସିରେ ଗତ ୨୦୧୫ ମସିହା ଏପ୍ରିଲ ମାସରୁ ବିଭିନ୍ନ ଆଉଟସୋରସିଂ କମ୍ପାନି ଜରିଆରେ ସଫେଇ କର୍ମଚାରୀ ମାନେ ନିୟମିତ କାମ କରିବା ସହ ସହରକୁ ସଫା ସୁତୁରା ରଖୁଥିଲେ। ଯେଉଁ ଦିନଠାରୁ ଫେସେଲେଟିଙ୍ଗ ସର୍ଭିସ ପ୍ରାଇଡ଼ ଲିମିଟେଡ଼ କମ୍ପାନି ଏହି କାମ ପାଇଲା ସେହି ଦିନ ଠାରୁ ମାସିକ ଦରମା, ଇପିଏଫ ଟଙ୍କା କମ ଦେଉଥିଲା।

କର୍ମଚାରୀମାନେ ଅନେକ ଥର ଏନଏସି ଅଧ୍ୟକ୍ଷ୍ୟା ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏନେଇ ଅନେକ ଥର ଜଣାଇଥିଲେ ମଧ୍ୟ କେହି ଏମାନଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲେ। ଓଲଟା ସଫେଇ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବାହାର କରିଦେଲେ ବୋଲି ଅଭିଯୋଗ ହୋଇଛି। ଏନେଇ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ ହେଲେ କୌଣସି ଫଳାଫଳ ବାହାରିନଥିଲା। ତେଣୁ ସମସ୍ତ ଛଟେଇ ସଫେଇ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦାବିରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର