ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ, ଆଦର୍ଶ ବିଦ୍ୟାଳୟରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦାବି ସହ ଅନ୍ୟ ବିକାଶମୂଳକ ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସୁନ୍ଦରଗଡ଼ କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏକ ସ୍ମାୀରକପତ୍ର ପ୍ରଦାନ କରିଥିଲେ। ସିପିଆଇ ରାଜ୍ୟ ସମ୍ପାପଦକମଣ୍ଡଳୀ ସଦସ୍ୟ ଅଶୋକ କୁମାର ଦାଶ, ଜିଲ୍ଲା ସମ୍ପାଦକ ପ୍ରଦୋଶ ମହାନ୍ତିଙ୍କ ନେତୃତ୍ବରେ ଦିଆଯାଇଥିବା ୧୬ ଦଫା ଦାବି ମଧ୍ୟରେ ଖାଲିଥିବା ଶିକ୍ଷକ, ଡାକ୍ତର ପଦ ପୂରଣ, ବସୁନ୍ଧରା ଠାରୁ ସୁନ୍ଦରଗଡ଼ ମୁଖ୍ୟ ରାସ୍ତାକୁ ଚାରି ଥାକିଆ କରିବା, ଉଜ୍ବଳପୁର-ମଙ୍ଗସପୁର ରାସ୍ତାର ଉନ୍ନତି, ସରଫଗଡ଼ ଓ ସୁର୍ଗୁଡ଼ା ବନ୍ଧର ଉନ୍ନତି, ଆବଦେନର ୨ ବର୍ଷ ପରେ ବି ଅପେକ୍ଷା କରିଥିବା ଚାଷୀଙ୍କୁ ଉଠା ଜଳସେଚନ ବିଭାଗର ଗଭୀର ନଳକୂପ ଯୋଗାଇ ଦିଆଯିବା, ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଝାରସୁଗୁଡ଼ା ଜିଲ୍ଲା ରେମଡା ଠାରୁ ଉଜ୍ବଳପୁର ପର୍ଯ୍ୟନ୍ତ ପୁରୁଣା ୩୩ କିଲୋୱାଟ ଲାଇନର ଉନ୍ନତିକରଣ, ଖଣିଜ ପ୍ରତିଷ୍ଠାନ ପାଣ୍ଠିର ସଦବିନିଯୋଗ, ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ଅଗ୍ରାଧିକାର, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଆଦି ଦାବି ରହିଛି। ସ୍ମାରକପତ୍ର ପ୍ରଦାନ ପରେ ଜିଲ୍ଲାପାଳ ୨ ଦିନ ମଧ୍ୟରେ ସମୟ ଧାର୍ଯ୍ୟ କରି ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିନିଧିମଣ୍ଡଳୀରେ ନିଖିଳ ଭାରତ ଯୁବ ମହାସଂଘ ରାଜ୍ୟ ଉପସଭାପତି ତଥା ପ୍ରଦୂଷଣ ବିରୋଧି ନେତା ରାଜେନ୍ଦ୍ର ନାଏକ, ଯୁବ ଆଇନଜୀବୀ ସନ୍ତୋଷ ଆଚାର୍ଯ୍ୟ, ରାଧେଶ୍ୟାମ ଗର୍ଡ଼ିଆ, ସୁକଦେବ ପଧାନ, ପ୍ରଦୀପ ମହାନନ୍ଦିଆ, ଭାଲେନ କିଣ୍ତୋ, ମମତା ସା, ଲଳିତ ମୋହନ ଭୋଏ, ରବୀନ୍ଦ୍ର ବେହେରା, ଭୋଳାନାଥ ଭୋଇ, ଟାଙ୍ଗରପାଲି ଜୋନ୍ ସମ୍ପାଦକ ସୁନୀଳ ନାଏକ, କେଦାର ସା ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାପାଳଙ୍କୁ ସୁନ୍ଦରଗଡ଼ ସିପିଆଇର ଦାବିପତ୍ର; ଖଣି, ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ନିଯୁକ୍ତି ପାଇଁ ଉଠାଇଲେ ସ୍ବର
/sambad/media/post_attachments/wp-content/uploads/2022/05/1bedf706-60a3-415e-b19c-d49915b1e1ef.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)