ମୁଖ କର୍କଟ ରୋଗ ଯନ୍ତ୍ରଣାରେ ଛଟପଟ ପୁଇଁନ ମାଝୀ; ସରକାରୀ ସାହାଯ୍ୟ ଅପେକ୍ଷାରେ ପୀଡିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଗଣ୍ଡବରଝୋଲା ପଞ୍ଚାୟତ ତିଳଯୋଡି ଗାଁ ସର୍ଗିପଡା ର ପୁଇଁନ ମାଝୀ ଜଣେ ଦିନ ମଜୁରିଆ ଅଟନ୍ତି । ସେ କୁଲି ମଜୁରୀ କରି ପେଟ ପୋଷନ୍ତି ।

ଗତ ୮ମାସ ତଳେ ତାଙ୍କରି ମୁହଁରେ ଏକ ମାଂସ ବଢିବା ଆରମ୍ଭ ହେଲା । ସେ ଭାବିଲେ କିଛି ଦିନପରେ ଭଲ ହେବେ ବୋଲି କିନ୍ତୁ ତାହା ଧୀରେ ଧୀରେ ମୁଖ କର୍କଟରେ ପରିଣତ ହେଲା । ପୁଇଁନ ମାଝୀ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ, ହେଲେ ସେଠାରେ ତାଙ୍କର ଅପରେସନ ହୋଇପାରିଲା ନାହିଁ । କଟକ ଓ ଘରକୁ ହୋଇ ବହୁତ ଟଙ୍କା ଖର୍ଚ୍ଚ କଲେ । ଶେଷରେ ଧାନ, ବୁଣିଥିବା ଜମିକୁ ମଧ୍ୟ ଅନ୍ୟ ଲୋକଙ୍କ ପାଖରେ ବନ୍ଧା ପକାଇ ଚିକିତ୍ସା ପାଇଁ କରାଇଲେ । ନିଜ ଚିକିତ୍ସା ପାଇଁ ପାଖରେ ଥିବା ସମସ୍ତ ସମ୍ବଳକୁ ସାରି ଦେଇଥିଲେ।

ଦିନକୁ ଦିନ ମୁହଁ ରେ କର୍କଟ ରୋଗ ଭୟଙ୍କର ରୁପ ନେଉଥିବା ବେଳେ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ଦୁର୍ବିସହ ହେବାକୁ ବସିଲାଣି । ଟଙ୍କା ଅଭାବରୁ ଚିକିତ୍ସା ହୋଇପାରୁ ନଥିବା ବେଳେ ପୁଇଁନ ମାଝୀ କ’ଣ କରିବେ ଆଗକୁ ବାଟ ମଧ୍ୟ ଦେଖାଯାଉ ନାହିଁ । ତେଣୁ ତୁରନ୍ତ ପୁଇଁନ ମାଝୀକୁ ସରକାରୀ ସହାୟତା ର ହାତ ବଢ଼ାଇବା ପାଇଁ ସାଧାରଣ ରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର