ଗୋଡ଼ିପଡ଼ା ଛକରେ ଅଣ୍ଡରପାସ ଦାବି, ସାଂସଦଙ୍କ ପରିଦର୍ଶନ

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ା ଛକ ଠାରେ ଏକ ଅଣ୍ଡରପାସ୍ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଯାତାୟତର ସୁବିଧା ପାଇଁ ଓଳସିଂହ ଓ ଗୋଡ଼ିପଡ଼ା ବାସିନ୍ଦା ଏକ ଅଣ୍ଡରପାସ ନିର୍ମାଣ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟରେ ଦାବି ଜଣାଇଥିଲେ । ଲୋକଙ୍କ ଦାବି ପରେ ଆଜି ସାଂସଦ ଉକ୍ତ ସ୍ଥାନ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ହେଲା ଯଦି ଏଠାରେ ଅଣ୍ଡରପାସ୍ ନିର୍ମାଣ ନହୁଏ ଜାତୀୟ ରାଜପଥର ଅପରପାଶ୍ୱର୍ରେ ଥିବା ମନ୍ଦିର, ସ୍କୁଲ, କଲେଜ ଓ ଚାଷଜମିକୁ ଯିବା ପାଇଁ ପ୍ରାୟ ୨ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିବ । ଏହି ଗସ୍ତରେ ଜାତୀୟ ରାଜପଥର ଅଧିକାରୀ, ଜିଲ୍ଲା ବିଜେପି ସଭାପତି ରଶ୍ମୀ ରଂଜନ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଓ ଜାତୀୟ ରାଜପଥର ଆଂଚଳିକ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ନିର୍ମାଣର ବ୍ୟବସ୍ଥା କରାଇବି ବୋଲି ସାଂସଦ ପ୍ରତିଶ୍ରୁତି ଦେଇଥିଲେ ।

ସମ୍ବନ୍ଧିତ ଖବର