କେନ୍ଦୁଝର: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ବାପା ସଂଜୀବ ମୁର୍ମୁ (୬୩)ଙ୍କ ପରଲୋକ ଘଟିଛି। କିଛିଦିନ ହେଲା ସେ ଅସୁସ୍ଥ ହୋଇ ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ। ଶନିବାର ତାଙ୍କର ପରଲୋକ ଘଟିଛି। ସେ କୋଷାଗାର ଅଧିକାରୀ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଅବସର ସମୟରେ ଅର୍ଥ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ମିଷ୍ଟଭାଷୀ ଓ ଜନପ୍ରିୟ ପ୍ରଶାସନିକ ଅଧିକାରୀ ଥିଲେ।

Advertisment

ରାଇରଙ୍ଗପୁର କୁସୁମି ବ୍ଲକ୍‌ ଅଙ୍ଗାରପଦାରେ ଜନ୍ମିତ ଶ୍ରୀ ମୁର୍ମୁ କେନ୍ଦୁଝରର ପୂର୍ବତନ ଲୋକସଭା ସଦସ୍ୟ ହରିହର ସୋରେନଙ୍କ ଜାମାତା ଅଟନ୍ତି। ନୂଆଦିଲ୍ଲୀରୁ ତାଙ୍କ ମରଶରୀର କେନ୍ଦୁଝରରେ ପହଞ୍ଚିବା ପରେ ଟିକରଗୁମୁରାସ୍ଥିତ ବାସବଭନରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ସମାଜସେବୀ ତାଙ୍କ ଶେଷଦର୍ଶନ କରିଛନ୍ତି। ଗାଁ ଶଶ୍ମାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ମୃତ୍ୟୁ ବେଳକୁ ପାଖରେ ପତ୍ନୀ ଉର୍ବଶ୍ରୀ ସୋରେନ, ୩ଝିଅ ଓ ଦୁଇ ଜ୍ୱାଇଁ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ କେନ୍ଦୁଝରରେ ଶୋକର ଛାୟା ଖେଳିଯାଇଛି।