କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଦେଲେ ଜୁଏଲ ଓରାମ

ରାଉରକେଲା: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ଶିଳ୍ପପତି, ସେଲିବ୍ରେଟି, ରାଜନୈତିକ ଦଳର ନେତାମାନେ ସହାୟତାର ହାତ ବଢ଼ାଇଛନ୍ତି। ଏହି ସମୟରେ ଆବଶ୍ୟକ ହେଉଥିବା ମେଡିକାଲ ସାମଗ୍ରୀ କିଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ସୁନ୍ଦରଗଡ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ଆଦି ବାବଦରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ସେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣକୁ ଚିଠି ଲେଖିଛନ୍ତି।

କେବଳ ଏତିକି ନୁହେଁ ଆଗାମି ଦିନ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବାକୁ ସେ କହିଛନ୍ତି। ଅନୁରୂପ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ତିନି ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫାଣ୍ଠିକୁ ଦାନ କରିଛନ୍ତି। ଏଭଳି ଦୁର୍ଦ୍ଦିନରେ ଜିଲ୍ଲାର ଶିଳ୍ପପତି, ବ୍ୟବସାୟୀମାନେ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ଓରାମ ନିବେଦନ କରିଛନ୍ତି।

ଉଳ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ନିଜର ତିନି ମାସର ଦରମା କରୋନା ମୁକାବିଲା ଫାଣ୍ଠିକୁ ଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରି ମନ୍ତ୍ରୀ, ବିଧାୟକମାନେ ତିନି ମାସର ଦରମା ଦାନ କରିବାକୁ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା କହିଥିଲେ।

ସମ୍ବନ୍ଧିତ ଖବର