ଜୟପୁର: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ ଆରମ୍ଭ କରାଯାଉ ବୋଲି ଆଜି ସଂସଦରେ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଶୁନ୍ୟକାଳରେ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରି ତୁରନ୍ତ ଆରମ୍ଭ କରାଯାଉ ବୋଲି ସାଂସଦ ଦାବି ଉପସ୍ଥାପନ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ଜିଲ୍ଲାପ୍ରଶାସନ ଜୟପୁରସହର ମଧ୍ୟରେ ୮ ଏକର ଜମି ସହ ଅସ୍ଥାୟୀ ଭାବେ ସ୍କୁଲ ଆରମ୍ଭ କରିବାକୁ ଶ୍ରେୀଣୀ ଗୃହ ଓ ଅନୁସଙ୍ଗିକ ଭିତ୍ତିଭୁମି ପ୍ରଦାନ କରିଛନ୍ତି।
ଏହା ବାଦେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏ ଦିଗରେ ଆଶୁ ପଦକ୍ଷେପ ନେଉନାହାନ୍ତି ବୋଲି ସାଂସଦ ଅଭିଯୋଗ କରିଥିଲେ। ଜିଲ୍ଲାପ୍ରଶାସନ ସମସ୍ତ ରକମର ସହଯୋଗର ହାତ ବଢ଼ାଉଥିବା ବେଳେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହି ଶିକ୍ଷାବର୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ କରିବାକୁ ଦାବି କରିଛନ୍ତି ସାଂସଦ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/images-4.jpg)