ନିର୍ବାଚନୀ ହିଂସା, ସାଂସଦ ପ୍ରତିନିଧି ଗିରଫ

ସୋହେଲା : ଗତ ମଙ୍ଗଳବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ୟ୍ୟାୟରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ ସୀମାନ୍ତ ପଣ୍ଡକିପାଲି ଗ୍ରାମରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବିଜେପି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣରେ ବିଜେଡି କର୍ମୀ ଅକ୍ଷୟ ଭୋଇ (ପହିଲ) ଗୁରତର ଆହତ ହୋଇଥିଲେ।  ଏ ନେଇ ସୋହେଲା ଥାନାରେ ଅଭିଯୋଗ ହୋଇଛି।

ପୁଲିସ୍‌ ସୂଚନା ଅନୁସାରେ, ଗତକାଲି ଅକ୍ଷୟ ଓ ରାଜୁ ସାହୁ ଦିନ ସାଢେ ୧୨ରେ ପଣ୍ଡକିପାଲି ଗ୍ରାମରୁ ଭୋଟ ଦେଇ ଲୁହୁରାଚଟିକୁ ଫେରୁଥିଲେ। ଲାଏର ଛକ ନିକଟରେ ବିଜେପିର ନୃପରାଜ ନାୟକ, ରଘୁବୀର ଭୋଇ, ଗଣେଶ ନାୟକ ଓ ଅନ୍ୟ ୧୦/୧୫ଜଣ ବ୍ୟକ୍ତି ମିଶି ଅକ୍ଷୟ ଓ ରଜୁଙ୍କୁ ଅଟକାଇ ଗାଳିଗୁଲଜ କରିବା ସହିତ ଇଟା ଓ ବାଡ଼ିରେ ଆକ୍ରମଣ କରିଥିଲେ। ଏଥିରେ ଅକ୍ଷୟ ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପଣ୍ଡକିପାଲି ଗ୍ରାମର ପର୍ଶୁରାମ ପାଣ୍ଡେଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରିବା ସହ ବରଗଡ଼ ସାଂସଦଙ୍କ ବ୍ଲକ୍‌ ପ୍ରତିନିଧି ନୃପରାଜ ନାୟକଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର