ବାରିପଦା: ଚଳିତ ମାସ ୨୧ରୁ ସ୍ଥାନୀୟ ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର(ଏମପିସି) ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପରୀକ୍ଷା ଅନ୍ଲାଇନ ଜରିଆରେ ଆରମ୍ଭ ହେବ। ରେଗୁଲାର ସହିତ ବ୍ୟାକ୍ ପେପର୍ ଶେଷ ସେମିଷ୍ଟର୍ ପରୀକ୍ଷା ଚଳିତ ମାସ ୨୧ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ନିମନ୍ତେ ସମସ୍ତ ଆବଶ୍ୟକୀୟ ସୂଚନା ସହ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଇ-ମେଲ୍ ଠିକଣା ମହାବିଦ୍ୟାଳୟର ୱେବ୍ସାଇଟ www.mpcautocollege.org.in ରେ ଉପଲବ୍ଧ ଅଛି। ପରୀକ୍ଷାର୍ଥୀମାନେ ସବିଶେଷ ସୂଚନା ନିମନ୍ତେ ସଂପୃକ୍ତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହିତ ଯୋଗାଯୋଗ କରିପାରିବେ। ଏଣୁ ଚଳିତ ମାସ ୨୧ରୁ ଅନ୍ଲାଇନ ମାଧ୍ୟମରେ ଆରମ୍ଭ ହେବାକୁ ଯାଉଥିବା ସ୍ନାତକ ଓ ସ୍ନାତକୋତ୍ତର ରେଗୁଲାର ଓ ବ୍ୟାକ୍ ସେମିଷ୍ଟର୍ ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା ଏବଂ ସମ୍ପାଦନ କରାଇବା କ୍ଷେତ୍ରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର କୁଣ୍ଠ ସହଯୋଗ କାମନା କରିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷା ଝରଣା ବେହେରା ।
ଅନ୍ଲାଇନରେ ହେବ ଏମପିସି(ସ୍ବଂ) କଲେଜ୍ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା, ଚଳିତ ମାସ ୨୧ରୁ ଆରମ୍ଭ
/sambad/media/post_attachments/wp-content/uploads/2020/09/MPC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)