ରାଉରକେଲା: ସମ୍ଭାବ୍ୟ ଦୁର୍ବିପାକକୁ ମୁକାବିଲା କରିବା ପାଇଁ ଏନଡିଆରଏଫ ଟିମ ତରଫରୁ ଆଜି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଏକ ମକ ଡ୍ରିଲର ଆୟୋଜନ କରାଯାଇଥିଲା। ରାଉରକେଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା।

Advertisment

ବନ୍ୟା ପରିସ୍ଥିତିରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ନିମନ୍ତେ ଏନଡିଆରଏଫର ସଦସ୍ୟମାନେ ଏହି ମକ ଡ୍ରିଲ କରି ଲୋକମାନଙ୍କୁ ସଚେତନ କରିଥିଲେ। ବନ୍ୟା ବେଳେ ବଢି ପାଣିରେ ବୁଡି ଯାଉଥିବା ଲୋକମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ଏଥିରେ ପ୍ରଦର୍ଶନ କରାଯାଇଥିଲା। ଏହି ମକ ଡ୍ରିଲ କାର୍ଯ୍ୟକ୍ରମରେ ଏନଡିଆରଏଫର ୨୩ ଜଣ ଯବାନ ଯୋଗ ଦେଇଥିଲେ। ଏହା ସହ ଓଡ୍ରାଫ, ସିଭିଲ ଡିଫେନ୍ସ, ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଉପସ୍ଥିତ ରହି ମକ ଡ୍ରିଲରେ ସହଯୋଗ କରିଥିଲେ।

publive-image

ଏହି ମକ ଡ୍ରିଲ କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ପୋଲିସ ଡିଏସପି ଏସ ଏନ ସାମତ, ଏନଡିଆରଏଫର ଇନ୍ସପେକ୍ଟର ଉଦିତ କୁମାର ଦୀକ୍ଷିତ, ପାନପୋଷ ଉପ ଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ପିଏ ଆଇଟିଡିଏ ସରୋଜିନୀ ପ୍ରସନ୍ନ କୁଲୁ, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ଡକ୍ଟର ଗୌରବମୟ ପ୍ରଧାନ, ସୀତାଦେବୀ ମାଝି, ଆସିଷ୍ଟାଣ୍ଟ କମିଶନର ସୁକାନ୍ତ କୁମାର ବେଉରା, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ।