କୌଳିକ ପଣ୍ଡାଙ୍କୁ ମୁକେଶ ଅମ୍ବାନୀ ଧଳା ଲଫାପାରେ କ’ଣ ଦେଇ ଥିବା ନେଇ ଚର୍ଚ୍ଚା

ପୁରୀ: ଗତ ସୋମବାର ମେକ ଇନ ଓଡିଶା କନକ୍ଲେଭରେ ଯୋଗଦେବାକୁ ଆସି ରିଲାଏନ୍ସ ଇଣ୍ଡଷ୍ଟିର ମୁଖ୍ୟ ମୁକେଶ ଅମ୍ବାନୀ ପ୍ରଥମ ଥର ଲାଗି ପୁରୀ ଯାଇଥିଲେ । ଆଉ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ସେ ସେବାୟତଙ୍କୁ କ’ଣ ଦେଲେ ସେ ନେଇ ଏବେ ଉତ୍କଣ୍ଠା ବଢ଼ି ଯାଇଛି।

ପୁରୀରେ ଗତକାଲି ଅମ୍ବାନୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ପ୍ରାୟ ଅଧଘଣ୍ଟା ରହିଥିଲେ । ଏହି ସମୟ ମଧ୍ୟରେ ସେ ଦୁଇଟି ଜିଓ ଲେଖା ଥିବା ଲଫାପା ପଣ୍ଡାଙ୍କୁ ଦେଇଥିଲେ । ଗାରଦ ଦ୍ୱାର ଦେଇ ମୁକେଶ ଅମ୍ବାନୀଙ୍କୁ ଭିତରକାଠ ନିକଟକୁ ନିଆଯାଇଥିଲା ଓ ସେଠାରେ ସେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ ସାଥୀରେ ଆଣିଥିବା ଝିଅ ଈଶାଙ୍କ ବାହାଘର ନିମନ୍ତ୍ରଣପତ୍ର ପଣ୍ଡାଙ୍କ ହାତକୁ ଦେଇଥିଲେ ।

ଗସ୍ତ ସମୟରେ କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାରଙ୍କୁ ମଧ୍ୟ ଏକ ଧଳା ଲଫାପାରେ ଦକ୍ଷିଣା ଦେଇଥିବା ଜଣାପଡିଛି। ତେବେ ଜିଓ ଲେଖାଥିବା ଦୁଇଟି ଲଫାଫାରେ କଣ ଥିଲା ସେ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢିଯାଇଛି । ଏହି ଜୁଇ ଲଫାପାରେ ପ୍ରକୃତରେ କଣ ଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳୁନାହିଁ  କିନ୍ତୁ ଏଥିରେ ପ୍ରକୃତରେ କଣ ଥିଲା ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।  ତେବେ ଏଥିରେ ସୁନା କଏନ ଓ ଚେକ୍‌ ଥିବା ନେଇ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର