ଧରାପଡିଲା ମନ୍ଦିର ଚୋରି ମୁକୁଟ ଓ କିରଟି

ଜୟପୁର: ଜୟପୁର ସହରର ଲାଲ୍‌ ସାହି ସ୍ଥିତ ମା’ ଲୋକେଶ୍ବରୀ ମନ୍ଦିରରୁ ମା’ଙ୍କ ରୂପା ମୁକୁଟ, ରୂପା କିରଟି ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ଅଭିଯୁକ୍ତ ଧରାପଡିଛି। ଅଭିଯୁକ୍ତ ଜଣକ ହେଲେ ଢ଼େପଗୁଡା ଅଞ୍ଚଳର ସଞ୍ଜିତ ମହାନନ୍ଦିଆ (୨୫)। ସଞ୍ଜିତଙ୍କ ଠାରୁ ରୂପା ମୁକୁଟ ଓ ରୂପା କିରଟି ଜବତ କରାଯାଇଛି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଥିବା ଜୟପୁର ଏସ୍‌ଡିପିଓ ଅରୂପ ଅଭିଶେଖ ବେହେରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ଅଭିଯୁକ୍ତ ସଞ୍ଜିତଙ୍କ ନାମରେ ଜୟପୁର ଟାଉନଥାନାରେ ବିଭିନ୍ନ ଚ‌ୋରି ଓ ଡକାୟତିରେ ୧୮ଟି ମାମଲା ରହିଥିବା ବେଳେ କୁନ୍ଦୁରା ଥାନାରେ ଗୋଟିଏ ମାମାଲ ରହିଛି।

ସୂଚନାଯୋଗ୍ୟ, ଗତ ୨ ତାରିଖର ରାତିରେ ଲୋକେଶ୍ବରୀ ମନ୍ଦିରରୁ ମା’ ପିନ୍ଧିଥିବା ରୂପା ମୁକୁଟ ଓ ଉପରେ ରହିଥିବା ରୂପ କିରଟି ଚୋରି କରି ନେଇଥିଲେ। ଏନେଇ ମନ୍ଦିର ପରିଚାଳନା କମିଟି ଜୟପୁର ଟାଉନ ଥାନାରେ ଲିଖିତ ଅଭି‌ଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା କେଶ୍ ନଂ ୧୫୬/୨୧ ମାମାଲା ଅନୁଯାୟୀ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିଲେ। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଧରିଥିବା ବେଳ‌େ ଫେରାର ଥିବା ଅଭିଯୁକ୍ତ ଶିଘ୍ର ଧରାପଡି ବୋଲି ପୁଲିସ ପ୍ରକାଶ କରିଛି। ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଓ ତଦନ୍ତ ଅଧିକାରୀ ଏଏସ୍‌ଆଇ ବି.ଡି ମାଝୀ ଥିଲେ।

ସମ୍ବନ୍ଧିତ ଖବର