ପୌର ନିର୍ବାଚନ: କୋରାପୁଟ ଜିଲ୍ଲାର ୩ ପୌରପାଳିକା ଓ ଗୋଟିଏ ଏନଏସିରେ କମିଲା ମତଦାନ ହାର

କୋରାପୁଟ: ଯଦିବା ଶାନ୍ତିଶୃଙ୍ଖଳାର ଶେଷ ହୋଇଛି ପୌରପାଳିକା ନିର୍ବାଚନ। କିନ୍ତୁ ମତଦାନହାର ହ୍ରାସ ପାଇବା ଚିନ୍ତା ବଢାଇ ଦେଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହେବାକୁ ରହିଥିବାବେଳେ ଜିଲ୍ଲାର ଏକାଧିକ ବୁଥରେ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହାସହ ପ୍ରବଳ ଖରା, ଭୋଟର ତାଲିକାରେ ବୁଥ ପରିବର୍ତ୍ତନ ବଡ ସମସ୍ୟା ଦେଖାଦେଇଛି। ଜିଲ୍ଲାରେ ଏବେ ଯାଏ  ୬୫ ବପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ଆରମ୍ଭରୁ ହିଁ ମତଦାନ ହାର ବହୁତ କମ୍‌ ରହିଥିଲା। ଦିନ ୧୦ଟାବେଳେକୁ କୋରାପୁଟ ପୌରପାଳିକାରେ ୧୩.୨୧ ପ୍ରତିଶତ, ଜୟପୁରରେ ୧୦.୧୦ ପ୍ରତିଶତ, ସୁନାବେଢାରେ ୧୨.୬୨ ପ୍ରତିଶତ ଓ କୋଟପାଡରେ ୧୭.୨୦ ପ୍ରତିଶତ ମତଦାନ ହୋଇଥିଲା। ଦିନ ୧୨ଟାରେ କୋରାପୁଟ ପୌରପାଳିକାରେ ୩୧.୧୨ ପ୍ରତିଶତ, ଜୟପୁରରେ ୨୫.୨୨ ପ୍ରତିଶତ, ସୁନାବେଢାରେ ୨୯.୧୯ ପ୍ରତିଶତ ଓ କୋଟପାଡରେ ୩୯ ପ୍ରତିଶତ ମତଦାନ ହୋଇଥିଲା। ଦିନ ଦୁଇଟା ବେଳକୁ କୋରାପୁଟ ପୌରପାଳିକାରେ ୪୭.୯୮ ପ୍ରତିଶତ, ଜୟପୁରରେ ୩୬.୫୨ ପ୍ରତିଶତ, ସୁନାବେଢାରେ ୪୫.୮୮ ପ୍ରତିଶତ ଓ କୋଟପାଡରେ ୫୭.୯ପ୍ରତିଶତ ମତଦାନ ହୋଇଥିଲା। ଅପରାହ୍ନ ୪ଟାବେଳକୁ କୋରାପୁଟ ପୌରପାଳିକାରେ ୬୩.୦୮ ପ୍ରତିଶତ, ଜୟପୁରରେ ୫୨ ପ୍ରତିଶତ, ସୁନାବେଢାରେ ୫୫.୯୬ ପ୍ରତିଶତ ଓ କୋଟପାଡରେ ୭୦.୬ ପ୍ରତିଶତ ମତଦାନ ହୋଇଥିଲା। ସନ୍ଧ୍ୟା ୭ଟା ୩୦ ବେଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା କୋରାପୁଟ ପୌରପାଳିକାରେ ୬୯.୧୬ ପ୍ରତିଶତ, ଜୟପୁରରେ ୬୨.୦୫ ପ୍ରତିଶତ, ସୁନାବେଢାରେ ୫୯.୯୩ ପ୍ରତିଶତ ଓ କୋଟପାଡରେ ୭୭.୧୮ ପ୍ରତିଶତ ମତଦାନ ହୋଇଥିଲା। ସହରୀ ଭୋଟ ମତଦାନ ସାବ୍ୟସ୍ତ କରି ନ ଥିବାରୁ ଜିଲ୍ଲାପ୍ରଶାସନ ଓ ରାଜ୍ୟ ନିର୍ବାଚନ କମିଶନଙ୍କୁ ସମାଲୋଚନା କରାଯାଇଛି। ଜୟପୁର ଓ ସୁନାବେଢା ପରି ପୌରପାଳିକାରେତ ମତଦାନ କମ୍ ହେବା ଆଶ୍ଚର୍ୟ୍ୟ କରିଛି।

Sambad

ଅନ୍ୟପକ୍ଷରେ କୋରାପୁଟ ପୌରପାଳିକା, ଜୟପୁର ପୌରପାଳିକା, ସୁନାବେଢା ପୌରପାଳିକା ଓ କୋଟପାଡ ଏନଏସିରେ ମଧ୍ୟ ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଥିଲା।  କେଉଁଠି ଟାଣଖରାରେ ଭୋଟର ନାନା ହଇରାଣ ହେଉଥିବାବେଳେ କେଉଁଠି ବୁଥରେ ନାଁ ନ ଥିବାରୁ ଭୋଟର ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଥିଲା। ତେବେ ଜୟପୁର ଓ ସୁନାବେଢ ପରି ଉଚ୍ଚଶିକ୍ଷିତଙ୍କ ପୌରାଞ୍ଚଳରେ ମତଦାତା ମତ ନ ଦେବା ନାନା ସମସ୍ୟା ଆଣି ଦେଇଛି। କୋରାପୁଟରେ ୩୦.୮୭ ପ୍ରତିଶତ, ଜୟପୁର ପୌରପାଳିକାରେ ୩୭.୯୫, ସୁନାବେଢାରେ ୪୦.୦୭ ଓ କୋଟପାଡରେ ୨୨.୮୨ ପ୍ରତିଶତ ଭୋଟର ମତଦାନ କରି ନାହାନ୍ତି। କୋରାପୁଟ ପୌରପାଳିକାରେ ମୋଟ ୩୨ ହଜାର ୮୭୫ ଭୋଟରରୁ ୨୨ ହଜାର ୭୩୮ ଜଣ ମତଦାନ କରିଥିବାବେଳେ ସେଥିରେ ୧୧୨୯୩ ଜଣପୁରୁଷ ଓ ୧୧୪୪୫ ଜଣ  ମହିଳା ରହିଛନ୍ତି। ସୁନାବେଢା ପୌରପାଳିକାରେ ମୋଟ ଭୋଟର ୩୬ହଜାର୯୧୫ ଜଣ ରହିଥଇବାବେଳେ ସେଥିରୁ ୨୨ହଜାର୧୨୬ ଜଣ ମତଦାନ କରିଛନ୍ତି। ସେଥିରେ ୧୧ହଜାର୪୯୬ ଜଣ ପୁରୁଷ ଓ ୧୦ହଜାର୬୩୦ଜଣ ମହିଳା ରହିଛନ୍ତି। ଜୟପୁରରେ ମୋଟ ଭୋଟର ୬୩ହଜାର ୧୯୧ ଜଣ ରହିଥିବାବେଳେ ୩୯ହଜାର ୨୧୨ ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ସେଥିରେ ୧୯ହଜାର ୭୬୦ଜଣ ପୁରୁଷ ଓ ୧୯ହଜାର୪୫୨ ଜଣ ମହିଳା ରହିଛନ୍ତି। ସେହିପରି କୋଟପାଡ ପୌରପାଳିକାରେ ୧୨ହଜାର୫୦୦ ଭୋଟର ରହିଥିବାବେଳେ ୯ହଜାର୭୧୭ ଜଣ ଭୋଟର ମତଦାନ କରିଛନ୍ତି। ଏଥିରେ ୪୫୭୬ଜଣ ପୁରୁଷ ଓ ୫୧୪୧ ଜଣ ମହିଳା ଭୋଟର ମତଦାନ କରିଛନ୍ତି।

ସମ୍ବନ୍ଧିତ ଖବର