ଜୟପୁର: ଜୟପୁର ପୌରପାଳିକାର ପ୍ରସାଦରାଓ ପେଟା ଅଂଚଳର ଆଦର୍ଶନଗର ରାସ୍ତା ମଝିରେ ରହିଛି ଟାଟାପାଓ୍ବାରର ଟ୍ରାନସଫରର୍ମର। ଏହାକୁ ହଟାଇବା ପାଇଁ ଜନସାଧାରଣଙ୍କ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୌରପାଳିକା ନିକଟରେ ଅଭିଯୋଗ ହୋଇଥିଲା। ପୌରପାଳିକା ପକ୍ଷରୁ ପୂର୍ବରୁ ଏ ନେଇ ଟାଟାପାୱରକୁ ବି ଏହି ଟ୍ରାନସଫରର୍ମରକୁ ରାସ୍ତା ମଝିରୁ ଉଠାଇ ନେବା ପାଇଁ ସାଧାରଣ ଚିଠି କରାଯାଇଥିଲା।
ତେବେ ଟାଟାପାୱାର ଚିଠିକୁ ନେଇ କିଛି ପଦକ୍ଷେପ ନ ନେବାରୁ ଆଜି ଜୟପୁର ପୌରପାଳିକା ପକ୍ଷରୁ ଟାଟାପାୱାରକୁ ପୌରପାଳିକା ପକ୍ଷରୁ ପୌରପାଳିକାର ଆଇନ୍ ଦଫା ୨୫୨,୨୫୪,୨୫୮,୨୭୫ ଏବଂ ୩୪୫ରେ ନୋଟିସ୍ ଦିଆଯାଇଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଟାଟାପାୱାର ଏହି ନୋଟିସ ପରେ ବି ପଦକ୍ଷେପ ନ ନେଲେ ଉଛେଦ ପାଇଁ ନୋଟିସ ଦିଆଯାଇ ପୌରପାଳିକାର ଲାଇନ୍ ମ୍ୟାନଙ୍କୁ ନେଇ ରାସ୍ତା ମଝିରୁ ଏହାକୁ ହଟାଯିବ ବୋଲି କହିଛନ୍ତି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/34-22.jpg)