ରାସ୍ତା ମଝିରୁ ଟ୍ରାନସଫରର୍ମର ହଟାଉ ନଥିବାରୁ ଟାଟାପାୱାରକୁ ପୌରପାଳିକାର ନୋଟିସ୍

ଜୟପୁର: ଜୟପୁର ପୌରପାଳିକାର ପ୍ରସାଦରାଓ ପେଟା ଅଂଚଳର ଆଦର୍ଶନଗର ରାସ୍ତା ମଝିରେ ରହିଛି ଟାଟାପାଓ୍ବାରର ଟ୍ରାନସଫରର୍ମର। ଏହାକୁ ହଟାଇବା ପାଇଁ ଜନସାଧାରଣଙ୍କ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ  ପୌରପାଳିକା ନିକଟରେ ଅଭିଯୋଗ ହୋଇଥିଲା। ପୌରପାଳିକା ପକ୍ଷରୁ ପୂର୍ବରୁ ଏ ‌ନେଇ ଟାଟାପାୱରକୁ ବି ଏହି ଟ୍ରାନସଫରର୍ମରକୁ ରାସ୍ତା ମଝିରୁ ଉଠାଇ ନେବା ପାଇଁ ସାଧାରଣ ଚିଠି କରାଯାଇଥିଲା।

ତେବେ ଟାଟାପାୱାର ଚିଠିକୁ ନେଇ କିଛି ପଦକ୍ଷେପ ନ ନେବାରୁ ଆଜି ‌ଜୟପୁର ପୌରପାଳିକା ପକ୍ଷରୁ ଟାଟାପାୱାରକୁ ପୌରପାଳିକା ପକ୍ଷରୁ ପୌରପାଳିକାର ଆଇନ୍ ଦଫା ୨୫୨,୨୫୪,୨୫୮,୨୭୫ ଏବଂ ୩୪୫ରେ ନୋଟିସ୍ ଦିଆଯାଇଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ‌ଟାଟାପାୱାର ଏହି ନୋଟିସ ପରେ ବି ପଦକ୍ଷେପ ନ ନେଲେ ଉଛେଦ ପାଇଁ ନୋଟିସ ଦିଆଯାଇ ପୌରପାଳିକାର ଲାଇନ୍ ମ୍ୟାନଙ୍କୁ ନେଇ  ରାସ୍ତା ମଝିରୁ ଏହାକୁ ହଟାଯିବ ବୋଲି କହିଛନ୍ତି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ।

ସମ୍ବନ୍ଧିତ ଖବର