ଘରେ ଶୋଇଥିବା ବେଳେ ଯୁବକକୁ ହତ୍ୟା, ଅଭିଯୁକ୍ତ  ଗିରଫ

ଲେଫ୍ରିପଡା: ଲେଫ୍ରିପଡା ଥାନା ଅନ୍ତର୍ଗତ ଦୁର୍ଗମ ମନୋହରପାଲି ଗ୍ରାମର ଜାମପକାରେ ରାତିରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକକୁ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ସୂଚନା ମୁତାବକ, ଜାମପକା ଗାଁର ଧନଧନା ଲାକ୍ରାଙ୍କ ପୁଅ କୁଅଁର ଲାକ୍ରା (୨୭) ଗତକାଲି ରାତିରେ ଘରେ ଶୋଇଥିବା ବେଳେ ସୁରୁଲତା ଗ୍ରାମର ବାଲେଶ୍ବର ତିର୍କୀ (୪୨) ନାମକ ଜଣେ ଯୁବକ ଘର ଭିତରେ ପଶି କୁଅଁରକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିଲା।

ଆଜି ସକାଳେ ଖବର ପାଇ ଘଟଣାସ୍ଥଳରେ ଲେଫ୍ରିପଡା ଆଇଆଇସି ହେମାଙ୍ଗିନୀ ଗର୍ଡିଆ, ସୁନ୍ଦରଗଡ଼ ଏସଡିପିଓ ମଧୁସିକ୍ତା ମିଶ୍ର ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପ୍ରକାଶ। ଅଭିଯୁକ୍ତ ବାଲେଶ୍ବରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ମୃତ ଯୁବକର ପତ୍ନୀ ସହିତ ଅଭିଯୁକ୍ତର ପ୍ରେମ ସଂପର୍କ ରହିଥିବା ଏବଂ ଏହାକୁ ନେଇ ବାଲେଶ୍ବର ହତ୍ୟାକାଣ୍ଡ ଭିଆଇଥିବା ନେଇ ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର