ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନ ଗୋପୀପଦର ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାରୀକୁ ପୁଲିସ ଆଜି ଗିରଫ କରିଛି। ଗିରଫ ଜଣଙ୍କ ଉକ୍ତ ଗ୍ରାମର ବାଲୁଙ୍କେଶ୍ଵର ମଲ୍ଲିକ। ସେ ଗତ ୨୩ ତାରିଖରେ ଗୁଣି ସନ୍ଦେହରେ ଗୋପୀପଦରର ଜାନକ ମଲ୍ଲିକକୁ ହତ୍ୟା କରିଥିଲା। ସେହି ଦିନ ଠାରୁ ସେ ଫେରାର୍ ଥିଲା। ପୁଲିସ କେସ ନମ୍ବର ୪୯/୨୩ ତଦନ୍ତ ଜାରି ରଖିଥିବା ବେଳେ ଆଜି ତାକୁ ଗିରଫ କରିବାରେ ସଫଳ ହୋଇଛି। ୩୦୨/୩୪(ଆଇପିସି)ରେ ବାଲୁଙ୍କେଶ୍ଵରକୁ କୋର୍ଟ ଚାଲାଣ କରାଯାଇଛି।
ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା, ହତ୍ୟାକାରୀ ଗିରଫ
/sambad/media/post_attachments/wp-content/uploads/2023/03/3190a4d6-08c1-4068-a1b2-9638c34363cc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)