ଜମି ବିବାଦ: ବୃଦ୍ଧ ପୂଜକଙ୍କ ଟାଙ୍ଗୀ ଚୋଟରେ ଅନ୍ୟ ଜଣେ ବୃଦ୍ଧ ମୃତ, ଅଭିଯୁକ୍ତ ଗିରଫ

ଜହ୍ନlପଙ୍କ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅlମ୍ବଝରି ପଂଚାୟତ ବଏଲବେଡା ଗାଁରେ ମଙ୍ଗଳବାର ଅପରାହ୍ନ ୫ଟାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଜମି ବିବାଦକୁ ନେଇ ବୃଦ୍ଧଙ୍କୁ ଟାଙ୍ଗୀରେ ହାଣିଲେ ବୃଦ୍ଧ।  ମୃତଙ୍କ ନାମ ବୀର ମନହିରା (୭୦) l ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ବଏଲବେଡା ଗ୍ରାମର ବୁଡୁ ଝlଙ୍କର ( ୬୭) ଓ ବୀର ମନହିରାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଦୀର୍ଘ ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା l ମଙ୍ଗଳବାର ବୁଡୁ ଝlଙ୍କର ଗ୍ରାମରେ ମାଟି ପୂଜା କରି ବୁଦା ବଳି ଦେଇ ଘରକୁ ଫେରୁଥିବା ସମୟେ ବୀର ମନହିରାଙ୍କ ବାରିପଟକୁ ଯାଇ ଅସଭ୍ୟ ଭାଷାର ଗାଳି ଗୁଲଜ କରିଥିଲା l ବୀର ମନହୀରା ଘରର ବାରିପଟରେ ଏକ ପିଣ୍ଢlରେ ବସିଥିବା ସମୟେ ଯେଉଁ ଟାଙ୍ଗୀରେ ବୁଦା ବଳି ଦେଇଥିଲା ସେଇ ଟାଙ୍ଗୀରେ ବୁଡୁ ଝାଙ୍କର ବୀର ମନହୀରାଙ୍କୁ ଆକ୍ରମଣ କରି ଗଲା ଓ ପିଠିକୁ ଟାଙ୍ଗୀରେ ହାଣିଥିଲା l ପରେ ଘଟଣାସ୍ଥଳରେ ବୀର ମନହିରା ମୃତ୍ୟୁ ବରଣ କରିଥିଲେ l

ଏନେଇ ବଏଲବେଡା ଗ୍ରାମବାସୀ ପୂଜକ ବୁଡୁ ଝlଙ୍କରଙ୍କୁ ଗାଁରେ ବାନ୍ଧି ରଖି ଗ୍ରାମରକ୍ଷୀଙ୍କ ଜରିଆରେ ବୌଦ୍ଧ ପୁଲିସକୁ ଖବର ଦେଇଥିଲେ l ଖବର ପାଇ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର ଓ ବଘିଆପଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି l

ସମ୍ବନ୍ଧିତ ଖବର