ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ ନିଳାଗୁଡା ଗାଁର ହରିଶ୍ଚନ୍ଦ୍ର ନାୟକ ଓ ତାଙ୍କ ସାନଭାଇ ସମାରୁ ନାୟକ ଓ ଉଭୟଙ୍କ ପରିବାର ମଧ୍ୟରେ ଗତ ୫ବର୍ଷ ହେଲା ଚାଳିଥିଲା ଗଣ୍ଡଗୋଳ। ଜମିଜମା ସହ ଅନ୍ୟାନ୍ୟ ଘଟଣାକୁ ନେଇ ବଡ ଭାଇ ସବୁ ବେଳେ ସାନଭାଇ ସମାରୁକୁ ହଇରାଣ ହରକତ କରିବା ସହ ମାରପିଟ୍ କରି ଆସୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ସମାରୁ ବଡ଼ଭାଇ ହରିକୁ ଛୁରିରେ ଭୁସି ହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡ଼ିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ ଅଙ୍କିତ ବର୍ମା ଓ ଜୟପୁର ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡି। ଅଭିଯୁକ୍ତ ଗତ ୪ତାରିଖ ଦିନ ନିଜ ଭାଇକୁ ଧାରୁଆ ଛୁରୀରେ ଭୁସି ଦେଇ ଫେରାର ହୋଇଯାଇଥିଲେ। ତାଙ୍କୁ ଜୟପୁର ସଦରଥାନା ପୁଲିସ ବୋରିଗୁମ୍ମା ଅଂଚଳରୁ ଧରିଥିବା କହିଛନ୍ତି ସଦରଥାନା ଅଧିକାରୀ।
ସୂଚନା ଅନୁଯାୟୀ, ୫ବର୍ଷ ପୂର୍ବରୁ ଜୟପୁର ବ୍ଲକର ନିଳାଗୁଡା ଗାଁର ହରିଶ୍ଚନ୍ଦ୍ର ନାୟକ ଓ ସାନ ଭାଇ ସମାରୁ ନାୟକଙ୍କ ମଧ୍ୟରେ ଜମିଜମା ଭାଗବଣ୍ଟା ସହ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା। ସବୁ ବେଳେ ହରିଶ୍ଚନ୍ଦ୍ର ସାନଭାଇକୁ ମାରପିଟ୍ କରିବା ସହ ଗାଁରେ ବେଜ୍ଜଇତ୍ କରି ଆସୁଥିଲେ। ଗତ ୪ତାରିଖ ସଂଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ଏ ନେଇ କଥାକଟାକଟି ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ସମାରୁ। ଧାରୁଆ ଛୁରି ଆଣି ବଡ଼ଭାଇ ହରିଶ୍ଚନ୍ଦ୍ରକୁ ଦେହର ବିଭିନ୍ନ ସ୍ଥାନରେ ଭୁସି ଦେଇଥିଲେ। ରକ୍ତାକ୍ତ ହୋଇ ହରିଶ୍ଚନ୍ଦ୍ର ତଳେ ପଡ଼ିଯାଇଥିଲେ। ପରିବାରବର୍ଗ ଜୟପୁର ଜିଲ୍ଲାମୁଖ୍ୟଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
ଏନେଇ ଜୟପୁର ସଦରଥାନା ପୁଲିସ ସୂଚନା ପାଇବା ପରେ ଗାଁରେ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତେବେ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଥିଲା। ଅଭିଯୁକ୍ତ ଆଶ୍ରୟ ନେବାକୁ ଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରହିଥିଲା। ଏହି କ୍ରମରେ ବୋରିଗୁମ୍ମା ଅଂଚଳରେ ଗୋଟିଏ ସ୍ଥାନରେ ଅଭିଯୁକ୍ତ ଆଶ୍ରୟ ନେଇଥିବା ବେଳେ ସେଠାରୁ ସଦରଥାନା ପୁଲିସ ଟିମ୍ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ହତ୍ୟାରେ ବ୍ୟବହୃତ କରିଥିବା ମାରଣାସ୍ତ୍ର ଛୁରୀକୁ ଜବତ କରିଥିଲେ। ଆଜି ଅଭିଯୁକ୍ତ ସମାରୁକୁ କୋର୍ଟକୁ ଚାଳାଣ କରାଯାଇଥିବା ବେଳେ କୋର୍ଟ ବିଚାରବିଭାଗୀୟ ହାଜତ ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇ ଦେଇଥିବା କହିଛନ୍ତି ସଦରଥାନା ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/murder.jpg)