ୱାର୍ଡମେମ୍ବରଙ୍କୁ ହତ୍ୟା ଅଭିଯ଼ୋଗ,ଟାକରସିଙ୍ଗା ଗାଁରେ ଉତ୍ତେଜନା

ବନ୍ତଳା:ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଜଣେ ୱାର୍ଡମେମ୍ବରଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ପକାଇଦେଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତର ଟାକରସିଙ୍ଗା ଗାଁର ୱାର୍ଡମେମ୍ବର ଶ୍ରୀଧର ଦେହୁରୀ(୩୬)ଙ୍କୁ ଗତକାଲି ଗ୍ରାମର କେତେକ ବ୍ୟକ୍ତି କୌଣସି କାର୍ଯ୍ୟରେ ତାଙ୍କୁ ଘରୁ ଡାକିନେଇଥିଲେ । ତେବେ ଶ୍ରୀ ଦେହୁରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଆଜି ବଡିଭୋରରୁ ତାଙ୍କ କ୍ଷତାକ୍ତ ମୃତଦେହ ଗାଁ ଦାଣ୍ଡରେ ପଡିଥିବା ଗ୍ରାମବାସୀ ମାନେ ଦେଖିଥିଲେ । ତାଙ୍କ ମୁଣ୍ଡ, ଛାତି ସମେତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଗଭୀର କ୍ଷତ ଚିହ୍ନ ରହିଛି । ଶ୍ରୀଧରଙ୍କୁ ହତ୍ୟା କରାଯାଇ ଗାଁ ଦାଣ୍ଡରେ ପକାଇଦିଆଯ଼ାଇଥିବା ତାଙ୍କ ପରିବାର ଲୋକେ ପୁରୁଣାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ବି ପୁଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଥିବା ଅଭିଯ଼ୋଗ ହୋଇଛି ।  ଏହି ହତ୍ୟାକାଣ୍ଡକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର