ଜଗତସିଂହପୁର ସଦର: ବଡବାଗ ମାର୍କଣ୍ତପୁର ନିକଟ ମାଛଗାଁ କେନାଲରୁ ସନ୍ଦେହଜନକ ଅବସ୍ଥାରେ ଏକ ଖପୁରି ଉଦ୍ଧାର ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ଖପୁରିଟି କାହାର ଓ କେଉଁ ପରିସ୍ଥିତିରେ କେନାଲରେ ପଡ଼ିଥିଲା ସେନେଇ ଆରମ୍ଭ ହୋଇଛି ଖୋଳତାଡ଼। ପୁଲିସ ଖପୁରିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ଫୋରେନ୍ସିକ ଲାବ୍ରୋଟୋରିକୁ ପଠାଇଛି। ବ୍ୟବଚ୍ଛେଦ ପରେ ତାହା ଡିଏନ୍ଏ ଟେଷ୍ଟ ପାଇଁ ପଠାଯିବ। ଏହା ପରେ ହିଁ ଖପୁରିଟି କାହାର ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି। ପୁଲିସ୍ କେସ୍ ନଂ ୧୮/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଖପୁରିଟି ରାମଚନ୍ଦ୍ର ସାହୁଙ୍କର ବୋଲି ଚର୍ଚ୍ଚା ହେଉଛି। ଜଗତସିଂହପୁର ଥାନା ଅଧୀନ ବଡବାଗ ଠାରେ ବ୍ରାଉନ୍ସୁଗାର କାରବାରକୁ ନେଇ ଗତ ଅକ୍ଟୋବର ମାସ ୧୭ ତାରିଖରେ ରମେଶ ସାହୁଙ୍କ ପୁଅ ରାମଚନ୍ଦ୍ର(୨୫)ଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ତର ପ୍ରାୟ ୬ମାସ ପରେ କେନାଲରୁ ମିଳିଥବା ଖପୁରିଟି ରାମଚନ୍ଦ୍ରର ବୋଲି ସନ୍ଦେହ କରାଯାଉଛି। ଘଟଣା ରାତିରେ ରାମଚନ୍ଦ୍ର ଭୋଜି କରିବାକୁ ଯାଇ କେଉଁଆଡେ ନିଖୋଜ ହୋଇଯାଇଥିଲା। ହତ୍ୟା ସନ୍ଦେହରେ ପୁଲିସ ତଦନ୍ତ କରିଥିଲା। ସାଇଣ୍ଟିଫିକ ଟିମ ଭୋଜି ହେଉଥିବା ବଡବାଗ ମାର୍କଣ୍ତପୁର ଗ୍ରାମର ମନି ବେହେରାଙ୍କ ପୁଅ କେଶବ ବେହେରା ଘରେ ପହଞ୍ଚି ତଦନ୍ତ ବେଳେ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଥିଲା। ରାମଚନ୍ଦ୍ରଙ୍କୁ ହଂସୁଆ କଟୁରିରେ ଖଣ୍ତ ଖଣ୍ତ କରି କାଟି ଅଖାରେ ପୁରାଇ ମାଛଗାଁ କେନାଲରେ ପକାଇ ଦେଇଥିବା ଅଭିଯୁକ୍ତମାନେ ପୁଲିସ ଆଗରେ ସ୍ବୀକାର କରିଥିଲେ। ସେହି ମାସ ୨୦ ତାରିଖରେ ପୁଲିସ କେନାଲରୁ ମୁଣ୍ତ, ଗୋଡ ଓ ହାତ ନଥିବା କବନ୍ଧକୁ ଉଦ୍ଧାର କରିଥିଲା। ତେବେ ସେମାନେ ରାମଚନ୍ଦ୍ରର ମୁଣ୍ତଟିକୁ ଅମରପୁର ଗଡା ନିକଟରେ ଓ ହାତ ଗୋଡକୁ ଅଲଗା ଅଲଗା ସ୍ଥାନରେ କେନାଲକୁ ଫୋପାଡିଥିଲେ ବୋଲି ପୁଲିସ ଆଗରେ କହିଥିଲେ। ପରେ ଖୁଣ୍ଟିଆଗଡା ନିକଟ ବଣରୁ ରାମଚନ୍ଦ୍ରଙ୍କ ଗାଡିକୁ ଜବତ କରାଯାଇଥିଲା।
କାଳିଆବୋରା ପୋଲ ନିକଟରେ ଭାସି ଯାଉଥିବା ଏକ ହାତକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ରାମଚନ୍ଦ୍ର ସହ ସାଙ୍ଗ ହେଉଥିବା ବଡବାଗ ମାର୍କଣ୍ତପୁର ଗ୍ରାମର ମନି ବେହେରାଙ୍କ ପୁଅ କେଶବ ବେହେରା(୪୬), କେଶବଙ୍କ ପତ୍ନୀ ରିନା ବେହେରା(୩୩) ଓ ପ୍ରଶାନ୍ତ ବେହେରା ଓରଫ ପର୍ଶୁରାମ (୨୮)କୁ ପୁଲିସ ଗିରଫ କରିଥିଲା। ତେବେ ରାମଚନ୍ଦ୍ରଙ୍କ ଅନ୍ୟ ଏକ ହାତ, ୨ଗୋଡ, ମୁଣ୍ତ ପୁଲିସ ପାଇନଥିଲା। କେଶବ ଓ ପ୍ରଶାନ୍ତ ପୁଲିସ ଆଗରେ ଦେଖାଇଥିବା ଅମରପୁର ଗଡା ନିକଟରେ ରାମଚନ୍ଦ୍ରର ମୁଣ୍ତକୁ କେନାଲକୁ ପକାଇ ଦେଇଥିଲେ। କେନାଲରେ ପାଣି ଥିବାରୁ ଖୋଜାଖୋଜି ପରେ ମଧ୍ୟ ତାହା ମିଳିନଥିଲା। ତେଣୁ ତାହା କେନାଲ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଥିଲା। କେନାଲରୁ ପାଣି ଶୁଖିଯିବା ମିଳିଥିବା ମଣିଷ ଖପୁରିଟି ରାମଚନ୍ଦ୍ରର ବୋଲି ଚର୍ଚ୍ଚା ହେବା ସହିତ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/IMG-20220403-WA0067_6.jpg)