ବିଜେଡି ନେତାଙ୍କୁ ଗୁଳି କରି ହତ୍ୟା ମାମଲା: ଜେଲ ଗଲେ ଆଉ ୪, ଗୁଳି ମାରିଥିବା ଆସାମୀ ଫେରାର୍

୨ ମାସ ପୂର୍ବରୁ ଯୋଜନା ହୋଇଥିଲା, ୩ ଲକ୍ଷରେ ହୋଇଥିଲା ଡିଲ୍

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଳା ବେଲପଡା ବ୍ଲକ ବାଗଦୋର ପଞ୍ଚାୟତର ସମିତିସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ଗୁଳି କରି ହତ୍ୟା ମାମଲାରେ ଗୁରୁବାର ଆଉ ୪ ଜଣକୁ ବେଲପଡା ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଲୋକନାଥଙ୍କୁ ହତ୍ୟା କରିବା ପାଇଁ ୨ ମାସ ପୂର୍ବରୁ ଯୋଜନା ହୋଇଥିବା ବେଳେ ଏଥି ପାଇଁ ୩ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ସୂଚନା ମିଳିଛି। ବାଗଦୋର ପଞ୍ଚାୟତର ସମିତିସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ୨୮ ତାରିଖ ରାତିରେ ଛାତିରେ ଲଗାଇ ଗୁଳି କରିଥିଲା। ଏଥିରେ ଲୋକନାଥଙ୍କ ମ୍ରୁତ୍ୟୁ ହୋଇଥିବା ବେଳେ ବୁଧବାର ୨ ସୁପାରୀ କିଲରଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା।

ଗୁରୁବାର ଏହି ହତ୍ୟାକାଣ୍ଡରେ ସମ୍ପ୍ରୁକ୍ତ ଥିବା ଦର୍ଶାଇ ଆଉ ୪ ଜଣଙ୍କୁ ବେଲପଡା ପୁଲିସ କୋର୍ଟ ଚାଲାଣ କରିଥିଲା। କୋର୍ଟ ଚାଲାଣ ପରେ ଉକ୍ତ ୪ ଜଣ ଦେଲ ଯାଇଥିବା ଜଣାପଡିଛି। ଗୁରୁବାର ଏହି ଘଟଣାରେ ଜେଲ ଯାଇଥିବା ୪ ଜଣ ହେଲେ ବନମାଲ ଗ୍ରାମର ବାସୁଦେବ ପଧାନ, ପାଟଣାଗଡ଼ ବ୍ଲକ ପାଢେଲ ଗ୍ରାମର ସନ୍ତୋଷ କୁମାର ଦାସ, ପାଟଣାଗଡ଼ ରାମପାଲିର କରୁଣାକର ବାଗ, ପାଟଣାଗଡ଼ ବଡପଡାର କୁଶଧ୍ବଜ ମାଝୀ ବୋଲି ଜଣାପଡିଛି। ସରକାରୀ ଓକିଲ ପ୍ରକାଶ ଭୋଇଙ୍କ କହିବା ଅନୁଯାୟୀ, ୨ ମାସ ପୂର୍ବରୁ ଲୋକନାଥଙ୍କୁ ହତ୍ୟା କରାଯିବା ନେଇ ଦୁବ୍ରୁତ୍ତ ମାନେ ଯୋଜନା କରିଥିଲେ।

ପାଢେଲ ଗ୍ରାମର ସନ୍ତୋଷ କୁମାର ଦାସ ରବି ଷାଣ୍ଢ ଓ ସୀତାରାମ ବିନ୍ଧାଣୀ ଜଣକୁ ହତ୍ୟା କରିବା ଅଛିଓ ଏଥିରେ ୩ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ। ଏହା ପରେ ପଦ୍ମପୁରର ନରେଶ ସାହୁ ଓ ଅନ୍ୟ ୨ ଜଣକୁ ଯୋଗାଡ କରିଥିଲେ। ସେମାନଙ୍କ ପ୍ରଥମ ମିଟିଂ ପାଟଣାଗଡ଼ ନିକଟ ବନକାବିହାର ଗ୍ରାମରେ ହୋଇଥିଲା, ସେଠାରେ ବାସୁ ପଧାନ ଉପସ୍ଥିତ ଥିଲା। ସେହି ମିଟିଂରେ ବନମାଲ ଗ୍ରାମର ବାସୁଦେବ ପଧାନ ୨୦ ହଜାର ଟଙ୍କା ଦେଇଥିଲେ। ଦ୍ବିତୀୟ ମିଟିଂ ବେଲପଡା ରାମମୁଡ ଠାରେ ହୋଇଥିଲା। ସେଠାରେ ଅଭିଯୁକ୍ତ ମାନଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ପରେ ପାଟଣାଗଡ଼ ଘଟଣା ଦିନ ବ୍ରହ୍ମପୁରା ଛକ ଠାରେ ତ୍ରୁତୀୟ ମିଟିଂ ହୋଇଥିଲା। ସେଠାରେ ଆଜି ଠିକ ଦିନ ବୋଲି ନିର୍ଧାରିତ କରି ବନମାଲ ଅଭିମୁଖେ ବାହାରିଥିଲେ ନରେଶ, ରବି ଓ ସୀତାରାମ। ବେଲପଡାର ଦେଶୀ ମଦ ଭାଟିରେ ମଦ ପିଇ ବନମାଲ ଯାଇଥିଲେ। ସେଠାରେ ଲୋକନାଥଙ୍କୁ ନରେଶ ସାହୁ ଗୁଳି ମାରି ତିନି ଜଣ ଫେରାର ମାରିଥିଲେ। ଫେରାର୍ ହେବା ସମୟରେ ୨ ଜଣ ରବି ଓ ସୀତାରାମ କୁ ଲାଠୋର ପୁଲିସ ଧରିଥିବା ବେଳେ ନରେଶ ଫେରାର ହେବାରେ ସଫଳ ହୋଇଥିଲା।

ସମ୍ବନ୍ଧିତ ଖବର