ମାଂସ ପାଇଁ କଳି; ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

ବଡଗାଁ: କୁକୁଡ଼ା ମାଂସ ପାଇଁ ବାପ ଓ ପୁଅ ମଧ୍ୟରେ ବଚସାର କରୁଣ ପରିଣତି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଥାନା ଅନ୍ତର୍ଗତ ରୁନଗାଁ ବଡ଼ପଡାରେ। ବାପର ଟାଙ୍ଗିଆ ଚୋଟରେ ପୁଅ ପ୍ରାଣ ହରାଇଛି। ପୁଲିସ ହତ୍ୟାକାରୀ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି l

ନୂଆବର୍ଷ ପାଇଁ ଗତକାଲି ବଡ଼ପଡ଼ାର କର୍ମୁ ମିର୍ଗୀ ଓ ତାଙ୍କ ପୁଅ ମୃତ ଶ୍ୟାମସୁନ୍ଦର ମିର୍ଗୀଙ୍କ ମଧ୍ୟରେ କୁକୁଡ଼ା ମାଂସ କୁ ନେଇ ଝଗଡ଼ା ହୋଇଥିଲାl ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିଲା ବେଳେ ବାପା ହଠାତ ପାଖରେ ଥିବା ଟାଙ୍ଗିଆରେ ପୁଅ ମୁଣ୍ଡରେ ଚୋଟ ମାରିଥିଲେ l ଏଥିରେ ଶ୍ୟାମ ସୁନ୍ଦର ଛଟପଟ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର