ନିଆଁରେ ଜଳି ଦମ୍ପତି ମୃତ୍ୟୁ ଘଟଣା: ଟଙ୍କା ଭାଗବଣ୍ଟାକୁ ନେଇ ପୁତୁରା ଓ ଝିଆରୀ ଜଘନ୍ୟ ଭାବେ ଦାଦା-ଖୁଡ଼ିଙ୍କୁ କରିଥିଲେ ହତ୍ୟା

୫ ଅଭିଯୁକ୍ତଙ୍କୁ ଗିରଫ କରି କୋଟ ଚାଲାଣ କଲା ପୁଲିସ

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ରାମପୁର ପଞ୍ଜାବୀ ଧୌଡାରେ ଶୁକ୍ରବାର ସକାଳ ୮ଟାରେ ନିଜ ଘର ଭିତରେ ଦାସ ପନିକା ଦମ୍ପତି ନିଆଁରେ ପୋଡ଼ି ମୃତ୍ୟୁ ଘଟିବା ଘଟଣା ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରାଥମିକ ତଦନ୍ତ ପରେ ଜାଣିବାକୁ ପାଇଛି। ଗିରିବରର ବଡ ଭାଇ ମହନ ହରଣ ଦାସ ପାନିକାର ୫ ଜଣ ପୁଅ ଝିଅ ମିଶି ଦାଦା ଓ ଖୁଡ଼ିଙ୍କୁୁ ନିର୍ମମ ଭାବେ ହତ୍ୟା କରି ଏହାକୁ ମୃତ୍ୟୁ ରୂପ ଦେବା ଲକ୍ଷ୍ୟରେ କିରାସିନି ଢାଲି ଜାଳି ଦେଇଥିଲେ। ସେମାନଙ୍କ ଯୋଜନା ପୁଲିସି ଆଖିରେ ବିଫଳ ହୋଇଥିଲା। ବ୍ରଜରାଜନଗର ପୁଲିସ ମୃତ ଗିରିବର ଦାସ ପାନିକା ଓ ଗୀତାର ହତ୍ୟାକାରୀ ଭାବେ ପୁତୁରା ଦୀପକ ଦାସ ପାନିକା, ରାହୁଲ ଦାସ ପାନୀ କା, ଝିଆରୀ ମିରନ ଦାସ ପାନିକା, ସୁନିତା ଦାସ ପାନୀକା, ସୁପ୍ରିୟା ଦାସ ପାନିକାଙ୍କୁ ଗିରଫ କରିଛି।

ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ଼ ଓ ଟାଙ୍ଗିଆକୁ ପୁଲିସ ଜବତ କରିଛି। ଅଭିଯୁକ୍ତମାନେ ନିଜ ଜେଜ ଟଙ୍କାର ଭାଗବଣ୍ଟାରେ ଅସନ୍ତୋଷ ପ୍ରକାଶ କରି ଏଭଳି ଜାଘନ୍ୟ ହତ୍ୟା କାଣ୍ଡ କରିଥିବା ବ୍ରଜରାଜନଗର ଆଇ.ଆଇ.ସି ନଳିତା ମୋଦି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ୫ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁସାରେ ଶୁକ୍ରବାର ସକାଳୁ ଗିରିବରଙ୍କ ପତ୍ନୀ ଗୀତା ଶୌଚ ପାଇଁ ବାହାରକୁ ଯାଇଥିଲେ। ଗିରିବରଙ୍କ ପୁଅ-ଝିଅ ୨ଜଣ ଟିୟୁସନ ଯାଇଥିଲେ। ଏହି ସମୟ ଭିତରେ ଗିରିବର ରାମପୁର ଫୁଟବଲ ଫିଲଡ଼ ନିକଟରେ ଥିବା ନିଜର ପାନ ଦୋକାନରୁ ଘରକୁ ଆସିଥିଲା। ଅଭିଯୁକ୍ତମାନେ ଘର ଭିତରକୁ ଆସି ତାଙ୍କୁ ପ୍ରଥମେ ଲୁହାପାଇପ ଓ ପରେ ଟାଙ୍ଗିଆରେ ମୁଣ୍ଡରେ ମାରିବାରୁ ସେ ତଳେ ପଡିଯାଇଥିଲା। ଶେଷରେ ତାର ତଣ୍ଟି ଚିପି ହତ୍ୟା କରିଥିଲେ। ଗୀତା ଶୌଚରୁ ଫେରବା ସମୟରେ ରାହୁଲ ଅଧବତାରୁ ଦାଦାଙ୍କୁ ପାଗଳ କୁକୁର କାମୁଡିଛି କହି ଘରକୁ ଡାକି ନେଇଥିଲା । ଗୀତା ଘରେ ପହଞ୍ଚିବା ପରେ ଘରଭିତରର ପ୍ରସ୍ତୁତ ଥିବା ଅନ୍ୟ ୪ଜଣ ଟାଙ୍ଗିଆ ଓ ଲୁହା ପାଇପରେ ଆକ୍ରାମଣ କରି ହତ୍ୟା କରିଥିଲେ।

ପ୍ରମାଣ ଲୁଚାଇବା ଉଦ୍ଦେଶ୍ୟରେ ଦାଦା ଓ ଖୁଡ଼ିଙ୍କ ଉପରେ କିରାସିନି ଢାଳି କୋଇଲା ଚୁଲାର ନିଆଁ ଲଗାଇ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ମୃତକଙ୍କ ପୁଅ ଝିଅ ଟିୟୁସନରୁ ଫେରି ଘର କବାଟ ଖୋଲିଲା ପରେ ମା’ ଓ ବପାଙ୍କ ଦେହରେ ନିଆଁ ଲାଗିଥିବା ଦେଖି ପଡିଶାଲୋକଙ୍କୁ ଡାକିଥିଲେ।

ଆଇଆଇସି କହିଛନ୍ତି, ଗିରିବରଙ୍କ ବାପା ଫନ୍ଦୁ କୋଇଲା ଖଣିରେ ଚାକିରି କରି ଅବସର ନେଇଥିଲେ। ସେ ଗିରିବର ନିକଟରେ ରହୁଥିଲେ। ଗତ ୮ବର୍ଷ ତଳେ ଫନ୍ଦୁର ମୃତ୍ୟୁ ଘଟିଥିଲା। ପୁତୁରା ଓ ଝିଆରୀମାନଙ୍କର ରାଗ ଖୁଡ଼ି ବୁଦ୍ଧିରେ ପଡି ଦାଦା ଗିରିବର ସମସ୍ତ ପଇସା ଜେଜର ନେଇଯାଇଛନ୍ତି। ଜେଜ ଯାହା ଫିକ୍ସ କରିଥିଲେ ତାକୁ ମଧ୍ୟ କୌଶଳ କରି ଅଧିକ ଟଙ୍କା ଭାଗ ବଣ୍ଟାରୁ ନେଇଛନ୍ତି।ସେଥିରୁ ତାଙ୍କୁ ଭାଗ ଦେଉନାହାନ୍ତି। ପାନ ଦୋକାନରୁ ମଧ୍ୟ ଲାଭ ଟଙ୍କା ନଦେଇ ତାଙ୍କ ବାପକୁ ବାହାର କରିଦେଇଛନ୍ତି। ଏହି ରାଗ ଭିତରେ ସେମାନଙ୍କ ମା’ ଅସୁସ୍ଥ ହେବାରୁ ସେମାନେ ସାହାଯ୍ୟ ପାଇଁ ଦାଦାଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ମିଳି ନଥିଲା। ଫଳରେ ସେମାନେ ଏଭଳି କାଣ୍ଡ କରିଥିବା ଆଇଆଇସି କହିଛନ୍ତି।

ସମ୍ବନ୍ଧିତ ଖବର