ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହା ବ୍ଲକ ରେଙ୍ଗାଳି ଗ୍ରାମ ବାଲିପଶି ସାହିରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନାମ ଦୁର୍ଯ୍ୟୋଧନ ତୁଙ୍ଗ ଓ ବୟସ ୪୨ ବର୍ଷ ବୋଲି ଜଣାପଡ଼ିଛି।

Advertisment

ସ୍ଥାନୀୟଲୋକଙ୍କ କହିବାନୁସାରେ, ବୁଧବାର ବିଳମ୍ବିତ ରାତିରେ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ କାଟି ଦେଇ ହତ୍ୟା କରିଥିଲେ। ହତ୍ୟା କରିବା ପରେ ଦୁର୍ବୃତ୍ତ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ମୃତଦେହକୁ ତାଙ୍କ ଘର ବାଡ଼ିପଟରେ ଥିବା କୂଅରେ ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସ୍ଥାନୀୟଲୋକେ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ରକ୍ତାକ୍ତ ଶରୀରକୁ ଘର ପାଖ କୂଅରେ ଦେଖିବାକୁ ପାଇବା ପରେ ଏହି ହତ୍ୟାକାଣ୍ଡ ବିଷୟରେ ରେଙ୍ଗାଲି ଡ୍ୟାମ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଗୁରୁବାର ଘଟଣାସ୍ଥଳରେ ପହଞ୍ଚି କୂଅରୁ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।