ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

ରାଉରକେଲା : ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ | ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଭାଗବାନସାହି ମୁଣ୍ଡା ବସ୍ତିରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ଗତକାଲି ରାତ୍ରି ଭୋଜନ ସମୟରେ ସାନ ଭାଇ ଲଣ୍ଡା ମୁଣ୍ଡା ଓ ବଡ ଭାଇ ଶୁକ୍ରା ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା | ଏହା ପରେ ସାନ ଭାଇ ଲଣ୍ଡା ଏକ ଟାଙ୍ଗିଆ ଆଣି ବଡ ଭାଇକୁ ହତ୍ୟା କରିଥିଲା |

ହତ୍ୟା କରିବା ପରେ ପରିବାର ସଦସ୍ୟ କେହି ପାଖକୁ ଆସିଲେ ତାଙ୍କୁ ମଧ୍ୟ ହତ୍ୟା କରିବାର ଧମକ ଦେଇଥିଲା | ହତ୍ୟା କରିବା ପରେ ସାନ ଭାଇ ଫେରାର ହୋଇଯାଇଛି | ଆଜି ପରିବାର ଲୋକ ମହୁଲପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |

ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି | ହତ୍ୟାକାରୀ ଲଣ୍ଡା ମୁଣ୍ଡାକୁ ଧରିବାକୁ ପୁଲିସ ଛାନଭିନ ଚଳାଇଥିବାବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି |

ସମ୍ବନ୍ଧିତ ଖବର