ପୁରୀ: ଝିଅକୁ ସ୍କୁଲରେ ଛାଡ଼ିି ଘରକୁ ଫେରୁଥିବା ଚନ୍ଦନପୁର ଥାନା ହରେକୃଷ୍ଣପୁର ଗୋଲାସାହିର ଅର୍ଜୁନ ବରାଳ (୩୮ ବର୍ଷ) ନାମକ ଜଣେ ଯୁବକଙ୍କୁ ୪ ଜଣ ଯୁବକ ଜଗନ୍ନାଥବଲ୍ଲଭ ରାସ୍ତାରେ ଗୋଡ଼ାଇ ଗୋଡାଇ ହାଣି ହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ମିଳିଥିବା ସୂଚନା ଅନୁଯାୀ, କାଠ ବ୍ୟବସାୟ କରୁଥିବା ଶ୍ରୀ ବରାଳ ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ତାଙ୍କ ଝିଅକୁ ସ୍କୁଲାରେ ଛାଡ଼ି ନିଜ ଓଆର ୧୩ ଡି ୧୪୧୦ ନମ୍ବର ବିଶିଷ୍ଟ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ଜଗନ୍ନାଥ ବଲ୍ଲଭ ରାସ୍ତାରେ ପୂର୍ବରୁ ଛକି ରହିଥିବା ଚାରି ଜଣ ଯୁବକ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥଲେ। ଗୋଟାଏ ପରେ ଗୋଟଏ ଚୋଟ ବାଜିବା ପରେ ଶ୍ରୀ ବରାଲ ମୋଟର ସାଇକେଲରୁ ପଡ଼ି ଯାଇଥିଲେ। ତଥାପି ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆଖଣ୍ଡଳମଣି ମନ୍ଦିର ସାମନ୍ାରେ ଖଣ୍ଡାରେ ହାଣି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/puri-18.jpg)