ନଦୀପଠାରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା କରି ଫିଙ୍ଗି ଦେଇଥିଲେ ହତ୍ୟାକାରୀ

ଧଉଳି:ଧଉଳି ଥାନା ଅଧୀନ ସରଦେଇପୁର ସ୍ଥିତ ଡାକବଙ୍ଗଳା ପଛପଟ ଭାର୍ଗବୀ ଏବଂ ଦୟାନଦୀ ସଂଲଗ୍ନ ନଦୀପଠାରୁ ଆଜି ପୂର୍ବାହ୍ନରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଅଧୀନ କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ମହାରଣା (୩୫) । ଜଗନ୍ନାଥଙ୍କୁ ହତ୍ୟାକରି ଏଠାରେ ଫିଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଛି ।

ଘଟଣାର ପୃଷ୍ଠଭୂମି କଣ ଏବଂ  କେଉଁ ପରିସ୍ଥିତିରେ ଜଗନ୍ନାଥ ଏଠାକୁ ଆସିଲେ ତାହା ସ୍ପଷ୍ଟ ହୋଇପାରିନି । ପ୍ରାଥମିକ ଭାବେ ପୁଲିସ ନଂ ୮/୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖବର ପାଇ ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ ଏବଂ ଜୋନ – ୨ ଏସିପି ବିଷ୍ଣୁ ପ୍ରସାଦ ପାତ୍ର ପ୍ରମୁଖ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ତେବେ ପ୍ରାଥମିକ ଭାବେ ପୁଲିସ ନଂ ୮/୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଛାନଭିନ ଚଳାଇଛି । ହେଲେ ତଦନ୍ତ ବେଳେ ଯୁବଙ୍କ ମୁଣ୍ଡ , ବେକ , ମୁହିଁ , ପେଟ , ନାକ କାନମୁଣ୍ଡା , ହାତ , ଗୋଡ଼ ଏବଂ ଶରୀରର ଏକାଧିକ ସ୍ଥାନରେ କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଧାରୁଆ ଅସ୍ତ୍ର , ପଥର ଅଥବା ଅନ୍ୟ କୌଣସି ଜିନିଷରେ ତାଙ୍କୁ ବାରମ୍ବାର ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଶରୀରରୁ ପ୍ରଚୁର ମାତ୍ରାରେ ରକ୍ତଶ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ଆଉ ସେ  ନିସ୍ତେଜ ହୋଇଯିବା ପରେ ଦୁର୍ବୃତ୍ତମାନେ ସେଠାରେ ତାଙ୍କୁ ଫିଙ୍ଗି ପଳାଇଥିବା କୁହାଯାଉଛି । ଯୁବକଙ୍କ ମୃତଦେହ ନଦୀବନ୍ଧର ପ୍ରାୟ ୧୫ ଫୁଟ ତଳେ ପଡ଼ିଥିବା ବେଳେ ବନ୍ଧ ଉପରେ ଚପଲ ପଡ଼ିଥିଲା । ଘଟଣାସ୍ଥଳରୁ ଉକ୍ତ ଚପଲ ସହିତ , ଡାହାଣ ହାତରୁ ଗୋଟିଏ ରାଉଣ୍ଡ ରୂପାମୁଦି , ମୋବାଇଲ ଫୋନ , ମନିପର୍ସ ଜବତ ହୋଇଛି । ସେହିପରି ଏହାର କିଛି ଦୂରରୁ ସ୍କୁଟି ଓ ହେଲମେଟ ଜବତ ହୋଇଛି । ଗତ ରାତିକ ମଧ୍ୟରେ ଘଟଣା ଘଟିଥିବା ପୁଲିସ କହିଛି ।

ଜବତ ସ୍କୁଟି ନମ୍ବର (ନଂ ଓଡି ୧୩ ସି ୧୪୮୧ )  ଆଧାରରେ ପୁଲିସ ମାଲିକ ସୁଶାନ୍ତ କୁମାର ସାହୁଙ୍କୁ ଚିହ୍ନଟ କରିଥିଲା । ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଖଣ୍ଡିଆ ବନ୍ଧ ଗ୍ରାମର ସୁଶାନ୍ତଙ୍କୁ ଫୋନ କରି ଯୋଗାଯୋଗ କରିବାରୁ ତାଙ୍କ ଶ୍ବଶୁର ଘର ଭୁବନେଶ୍ବର ବରଗଡ଼ ଥାନା ଅଞ୍ଚଳରେ ବୋଲି ପୁଲିସ ଜାଣିବାକୁ ପାଇଥିଲା । ତେଣୁ ପୁଲିସ ଉଭୟ ସୁଶାନ୍ତ ଏବଂ ତାଙ୍କ ଶ୍ବଶୁର ଘର ଲୋକଙ୍କୁ ଧଉଳି ଥାନାକୁ ଡକାଇ ପଚରାଉଚରା କରିବା ପରେ ସୁଶାନ୍ତ ପରିଚୟ ଓ ଠିକଣା ଜାଣିବାକୁ ପାଇଥିଲା । ଏହାପରେ ଜବତ ମୋବାଇଲ ଫୋନରେ ପୁଲିସ ଜଗନ୍ନାଥଙ୍କ ଘର ଲୋକଙ୍କୁ ଯୋଗାଯୋଗ କରିଥିଲା ।

ଖବର ପାଇ ସୁଶାନ୍ତଙ୍କ ଭାଇ ଥାନାରେ ପହଞ୍ଚିବା ପରେ ତାଙ୍କ ଅଭିଯୋଗକୁ ଭିତ୍ତିକରି ମାମଲାର ମୋଡ଼ ବଦଳିବ ବୋଲି ସୂଚନା ମିଳିଛି । ହେଲେ ରିପୋର୍ଟ ଲେଖା ହେବା ବେଳକୁ ତାଙ୍କ ପରିବାର ଲୋକ ଥାନାରେ ପହଞ୍ଚି ନଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ ଜଗନ୍ନାଥ କାଠ କାରିଗର । ସେ ବଡ଼ଗଡ଼ ଅଞ୍ଚଳରେ ସୁଶାନ୍ତଙ୍କ ଶ୍ବଶୁର ଘରଭଡ଼ା ନେଇ କାଠକାମ କରୁଥିଲେ । ତେବେ କେଉଁ ପରିସ୍ଥିତିରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଲା ତାହା ଏଯାଏ ସ୍ପଷ୍ଟ ହୋଇପାରି ନଥିଲେ ହେଁ ପାରିପାର୍ଶ୍ବିକ ପରିସ୍ଥିତିରୁ ଜଗନ୍ନାଥଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି । ଘଟଣାସ୍ଥଳରୁ ୧୦୦ ମିଟର ଦୂର  ସରଦେଇପୁର ଡାକବଙ୍ଗଳା ନିକଟସ୍ଥ ଭାର୍ଗବୀ ନଦୀବନ୍ଧ ଉପରେ ଜଗନ୍ନାଥଙ୍କ ସ୍କୁଟି ଥୁଆ ହୋଇଥିଲା । ସ୍କୁଟିରେ ହେଲମେଟ ଟଙ୍ଗା ଯାଇଥିଲା । ଏହାର କିଛି ଦୂରରେ ଚପଲ ପଡ଼ିଥିଲା । ନିକଟରେ ମଦ ବୋତଲ , ଚାଖଣ ଜରି ଓ ଗ୍ଲାସ ପଡ଼ିଥିଲା

ସମ୍ବନ୍ଧିତ ଖବର