ବାଂଶପାଣିରେ ଯୁବକଙ୍କୁ ହତ୍ୟା, ମୃତଦେହ ଉଦ୍ଧାର

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡାସ୍ଥିତ ବାଂଶପାଣି ଠାରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣା ଅଂଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ ଯୁବଙ୍କ ମୃତଦେହକୁ ଜବତ କରିଛି । ମୃତ ଯୁବଙ୍କ ନାମ ବିଶାଳ ହୁଂଜର(୨୫) । ତାଙ୍କ ଘର ଝାରଖଣ୍ଡ ରାଜ୍ୟର ଉକୁମ।ଟକାମ ଗ୍ରାମରେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ବିଶାଳ ଗତ ଏକ ମାସ ହେବ କାମ କରିବା ପାଇଁ ଆସି ବାଂଶପାଣି ଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଗତକାଲି ରାତ୍ରି ୧୦ ଘଟିକା ସମୟରେ ସେ ଘରୁ ପଦାକୁ ଶୌଚ କରିବା ପାଇଁ ଆସି ଫେରିନଥିଲେ । ଆଜି ସକାଳେ ଯୋଡ଼ା- ବମେଵାରୀ ଏକ୍ସପ୍ରେସ ରାସ୍ତା ବାଂଶପାଣି ରାସ୍ତାକଡରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁଲିସ ଖବର ପାଇ ମୃତଦେହକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଛି । ପୁଲିସ ଘଟଣାସ୍ଥଳରୁ ଦୁର୍ବୃତ୍ତ ହତ୍ୟାକାଣ୍ଡ ଘଟାଇଥିବା କଟୁରି ଜବତ କରିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର