କେନ୍ଦୁଝର: ସୋରିଷ କ୍ଷେତ ଦେଇ ଟ୍ରାକ୍ଟର ଚଳାଚଳକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା; ଦୁଇ ଗିରଫ

ଗୋନାସିକା: ସୋରିଷ କ୍ଷେତ ଦେଇ ଟ୍ରାକ୍ଟର ଚଳାଚଳକୁ ବିରୋଧ କରିବାରୁ  ବା˚ଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ତଳବୈତରଣୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ଲକ୍ଷ୍ମଣ ନାଏକଙ୍କ ପୁଅ ଟୁଟୁ (୨୪)। ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

୨୯ ତାରିଖରେ ସୋରିଷ କ୍ଷେତ ଦେଇ ସିମେଣ୍ଟ ବୋଝେଇ ଟ୍ରାକ୍ଟର ଯାତାୟାତ କରିବାରୁ ଟୁଟୁ ତାହାକୁ ବିରୋଧ କରିଥିଲେ। ଏହାକୁ ନେଇ ଟ୍ରାକ୍ଟର ଡ୍ରାଇଭର ସହ ତାଙ୍କର ଝଗଡ଼ା ହୋଇଥିଲା। ଟ୍ରାକ୍ଟର ଡ୍ରାଇଭର ସମେତ ଅନ୍ୟମାନେ ଟୁଟୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ସ˚ପର୍କରେ ଗ୍ରାମବାସୀ କାଞ୍ଜିପାଣି ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀ ଅମିତ କୁମାର ଭୂୟାଁ ଗାଁକୁ ଯାଇ ଦୁଇ ଅଭିଯୁକ୍ତ ବଣୁ ପାତ୍ର ଓ ବିନୋଦ ପାତ୍ରକୁ ଗିରଫ କରିଛନ୍ତି। ଅନ୍ୟମାନେ ଫେରାର୍‌ ଅଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର