କୋରାପୁଟରେ ପରକିଆପ୍ରୀତି: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅନ୍ତର୍ଗତ ଭିତରଗଡ ଗ୍ରାମପଞ୍ଚାୟତର କାଶିଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଲୋକଲୋଚନକୁ ଆସିଛିା ସ୍ତ୍ରୀଙ୍କ ପରକିଆପ୍ରୀତି ଯୋଗୁଁ ସ୍ୱାମୀଙ୍କ ଜୀବନ ଚାଲିଯାଇଛିା ଦୁଇ ଦିନ ତଳେ କାଶିଗୁଡା ଗାଁର ଇଶ୍ନ ସାଉଁନ୍ତା ତାଙ୍କ ବିବାହିତ ପୁଅ ସନ୍ତୋଷ ସାଉଁନ୍ତା (୨୨)ଙ୍କ ହଠାତ୍‌ ମୃତ୍ୟୁ ହୋଇଥିବା ନେଇ କାକିରିଗୁମା ଥାନାରେ ଏକ ଅଭିଯୋଗ କରିଥିଲେ। ପୁଅର ରହସ୍ୟ ଜନକ ମୃତ୍ୟୁକୁ ନେଇ ସେ ଅଭିଯୋଗ କରିଥିଲେ। ସନ୍ତୋଷଙ୍କ ସ୍ତ୍ରୀ ଆଲିସା ସାଉଁନ୍ତା ମଧ୍ୟ ଆତ୍ମହତ୍ୟା କରିଥିବା ନେଇ ବୟାନ ଦେଇଥିଲାା ଅଭିଯୋଗ ପାଇବା ପରେ କାକିରିଗୁମା ପୁଲିସ ଗାଁରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରିରଖିଥିଲାା

ପାରିପାର୍ଶିକ ସ୍ଥିତିକୁ ଦେଖି ପୁଲିସ ପ୍ରଥମେ ସନ୍ଦେହ କରିବା ସହ ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲାା ଦୁଇଦିନ ପରେ ପୁଣି ସନ୍ତୋଷଙ୍କ ବାପା ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ତେଣୁ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ପୁଲିସ୍‌ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସନ୍ତୋଷଙ୍କୁ ଗଳାଚିପି ହତ୍ୟା କରାଯାଇଥିବା ଜଣାପଡିବା ପରେ ସନ୍ତୋଷଙ୍କ ସ୍ତ୍ରୀଙ୍କୁ ଆଣି ପଚରା ଉଚୁରା କରିବା ପରେ ଘଟଣା ଜଣାପଡିଥିଲାା

ଗତ ୧୪ ତାରିଖ ରାତିରେ ସନ୍ତୋଷ ଗାଁର କିଛି ଯୁବକଙ୍କ ସହ ତାସ୍‌ ଖେଳି ରହିଯାଇଥିଲୋ ତାଙ୍କ ଅନୁପସ୍ଥିତିରେ ଆଲିସାଙ୍କ ପ୍ରେମିକ ଦୁର୍ଯ୍ୟ ମୁଦୁଲି (୧୯) ସନ୍ତୋଷଙ୍କ ଘରେ ରାତି୍ରଯାପନ କରିଥିଲାା ହଠାତ ସନ୍ତୋଷ ବିଳମ୍ବିତ ରାତିରେ ତାଙ୍କ ଘରକୁ ଆସି ଉଭୟଙ୍କୁ ଅସଂଜତ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇଯାଇଥିଲେ ଓ ସେମାନଙ୍କ ମଧ୍ୟରେ କିଛି ବଚଷା ହୋଇଥିଲା। ସକାଳୁ ସମସ୍ତ ଘଟଣା ଜଣାପଡିବ ଭାବି ସ୍ତ୍ରୀ ଓ ପ୍ରେମିକ ଦୁହେଁ ମିଶି ସେହି ଦିନ ରାତ୍ରରେ ହିଁ ସନ୍ତୋଷଙ୍କ ଗଳା (ତଣ୍ଟି) ଚିପି ହତ୍ୟା କରିଦେଇଥିଲେ। ହତ୍ୟା ପରେ ସନ୍ତୋଷଙ୍କ ମୃତ୍ୟୁ ଆତ୍ମହତ୍ୟାର ରୂପ ଦେବା ସକାଶେ ଘରେ ଥିବା ଏକ କାଠପାଟିଆରେ ଟାଙ୍ଗିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ବିଫଳ ହେବା ପରେ ଗୋଟିଏ ଚୌକିରେ ରଖି ଦେଇଥିଲୋ ସକାଳୁ ସନ୍ତୋଷଙ୍କ ସ୍ତ୍ରୀ ତାଙ୍କ ଶ୍ୱଶୁରଙ୍କୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଖବର ଦେଇଥିଲୋ

ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ ପଟାଙ୍ଗି ବ୍ଲକ ବଣ୍ଡାଗୁଡା ଗାଁର ଆଲିସାଙ୍କୁ ପ୍ରେମ ବିବାହ କରିଥିଲୋ ସନ୍ତୋଷର ଗାଡିରେ ଦୁର୍ଯ୍ୟ ହେଲପର ଭାବେ କାର୍ଯ୍ୟକରୁଥିବା ବେଳେ ଡ୍ରାଇଭରର ସ୍ତ୍ରୀଙ୍କ ସହ ପ୍ରେମ ସଂପର୍କ ଗତ ୨ ମାସ ହେଲା ଗଢି ଉଠିଥିଲାା ଏକଥା କିନ୍ତୁ ସନ୍ତୋଷ ଜାଣିନଥିବା ବେଳେ ଗତ ୧୪ ତାରିଖ ରାତିରେ ଦୁହିଁଙ୍କ ପ୍ରେମ ସପଂର୍କ ଦେଖି ଉତକ୍ଷିପ୍ତ ହୋଇଥିଲୋ। ପ୍ରେମିକ ଓ ସ୍ତ୍ରୀ ମିଶି ହତ୍ୟା କରିଥିଲୋ ଘଟଣାର ତଦନ୍ତକାରୀ ଅଫିସର ସୂର୍ଯ୍ୟକାନ୍ତ ନାହକ ଉଭୟ ପ୍ରେମିକ ଓ ଧୋକାବାଜ୍‌ ସ୍ତ୍ରୀଙ୍କୁ ଗିରଫ କରି ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଥିବା ବେଳେ ଅପମୃତ୍ୟୁ ମାମଲାଟି ହତ୍ୟାମାମଲାରେ ପରିବର୍ତନ କରାଯାଇଛିା

ସମ୍ବନ୍ଧିତ ଖବର