ସମ୍ବଲପୁରରେ ଯୁବକଙ୍କୁ ବ୍ୟାଟେନ୍‌ରେ ପିଟି ଓ ପଥରରେ ଛେଚି ନିର୍ମମ ହତ୍ୟା

ସମ୍ବଲପୁର: ରବିବାର ସଂଧ୍ୟାରେ ମିଟୁ ହତ୍ୟାକାଣ୍ଡକୁ ଦିନେ ବିତିନି ପୁଣି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସହରବାସୀଙ୍କୁ ଆତଙ୍କିତ କରି ଦେଇଛି। ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡ଼ା ହନୁମାନ କଲୋନି ନିକଟରେ ଜଣେ ଯୁବକଙ୍କୁ ବ୍ୟାଟେନ୍‌ରେ ପିଟି ଓ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ଜଣକ ହେଲେ ସାକ୍ଷୀପଡ଼ାର କୁନି ଓରଫ୍ ବିଜୟ ନାୟକ (୨୦)। ଏ ନେଇ ଧନୁପାଲି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସମୟରେ ଦୁଇଟି ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି।

 

ସମ୍ବନ୍ଧିତ ଖବର