ସାମାନ୍ୟ ୫୦୦ଟଙ୍କା ଚୋରି କରିଥିବାରୁ ନାବାଳିକାକୁ ପିଟିପିଟି ମାରିଦେଲେ ମହିଳା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ଜନୈକ ନାବାଳକକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ସାମାନ୍ୟ ୫୦୦ଟଙ୍କା ପଡିଶା ଘରୁ ଚୋରି କରିଥିବାରୁ ଜୈନେକ ମହିଳାଙ୍କ ସହିତ କିଛି ପଡ଼ିଶା ଲୋକ ନାବାଳକଙ୍କୁ ପିଟିପିଟି ମାରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଥି‌ଲେ। ଏହି ଅଭିଯୋଗ ପରେ କରଞ୍ଜିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ ଟିମର ତଦନ୍ତ ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ପ୍ରକୃତ ଘଟଣା ଜଣା ପଡିବ ।

ତେବେ ଏଇ ଘଟଣାରେ ଛନ୍ଦି ହୋଇ ପଡିଥିବା ମହିଳା ନାବାଳକ ରାଜନକୁ ୫୦୦ଟଙ୍କା ଚୋରି କରିଥିବାରୁ ପିଟିଥିବା କଥା ନିଜେ କହୁଥିବା ବଳେ ମୃତ୍ୟୁ କିପରି ହେଲା ସେ ଜାଣି ନ ଥିବା କଥା କହିଛନ୍ତି । ହେଲେ ଏପରି ଏକ ଅମାନବୀୟ କାଣ୍ଡ କରିଥିବା ଦୋଷୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର