ଶେରଗଡ଼: ଗଂଜାମ ଜିଲ୍ଲାର ଶେରଗଡ଼ ଅଞ୍ଚଳରେ ବାରସିଙ୍ଗି ଗ୍ରାମର କବିତା ସେଠୀ ନାମକ ଜଣେ ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କବିତା ଘରେ ଏକା ଥିବା ବେଳେ ଘରେ ପଶି କେହି ଗଳା କାଟି ହତ୍ୟା କରିଛି। ଖବର ପାଇ ଆସିକା ଏସ.ଡ଼ି.ପି.ଓ ସୂର୍ଯ୍ୟମଣି ପ୍ରଧାନ ଏବଂ ବଡ଼ଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ କବିତାଙ୍କ ସ୍ୱାମୀ ପୀତବାସ ସଉଦା କରିବା ନିମନ୍ତେ ଶେରଗଡ଼ ଆସିଥିଲେ। ଘରକୁ ଫୋନ କରିବା ବେଳେ କବିତା ଫୋନ ଉଠାଇ ନ ଥିଲେ। ଏହା ପରେ ପୀତବାସ ପଡୋଶୀଙ୍କୁ ଫୋନ କରିବା ସହ ପଡୋଶୀ ଘରକୁ ଯାଇ ଦେଖିବା ବେଳକୁ କବିତାଙ୍କ ଗଳା କଟାଯିବା ସହ ରକ୍ତାକ୍ତ ଅବସ୍ଥାରେ ମରି ପଡିଛନ୍ତି।

Advertisment

କବିତା ସନ୍ଧ୍ୟାରେ ଗୁରୁବାର ପୂଜା ନିମନ୍ତେ ଝୋଟି ଦେଉଥିବା ଗ୍ରାମର ଲୋକମାନେ ଦେଖିଥିବା ବେଳେ ତାଙ୍କ ସ୍ୱାମୀ ଘରେ ନ ଥିଲେ। କବିତା ଘର ଭିତରକୁ ଯିବା ପରେ କେହି ହତ୍ୟା କରିଛି। ଶବ ପାଖରେ ଏକ ବ୍ଲେଡର ଖୋଳ ପଡ଼ିଥିବା ଦେଖିବାକୁ ମିଳିଛି। ବ୍ଲେଡରେ ହତ୍ୟା କରାଯାଇଥିବା ଅନୁମାନ ହେଉଛି।