ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ କଳାବାଡିଆ, କୁଳିଅଣା ବ୍ଲକର କୁଳିଅଣା ଠାରେ ନିର୍ମାଣ ହେବାକୁ ଯାଉଛି ତିନୋଟି ଗଳା ପୋଲ। ହରିଆନାର ଏକ କମ୍ପାନି ଇ୫ ଇନଫ୍ରାଷ୍ଟ୍ରକଚର ୨୨ କୋଟି ୯୯ଲକ୍ଷରେ ଏହି ଗଳା ପୋଲର ଟେଣ୍ଡର ନେଇଛି। ଏଥିପାଇଁ କାର୍ଯ୍ୟ କରିବା ପାଇଁ ଜଗନ୍ନାଥଖୁଣ୍ଟା ହାଇସ୍କୁଲ ସମ୍ମୁଖରେ ଏକ କ୍ୟାମ୍ପ ନିର୍ମାଣ ହୋଇଛି।
ଉକ୍ତ କମ୍ପାନିର ତିନିଜଣ କର୍ମଚାରୀ ପାଖ ଗ୍ରାମ ଆଖଡାଶାଳର ତିନି ଜଣ ନାବାଳିକା ଝିଅ ଓ ଜଣେ ନାବାଳକୁ କେନାଲ ପାଖରେ ଦୌଉଡାଉ ଥିବାର ଗ୍ରାମବାସୀ ଦେଖିଥିଲେ। ନୂତନ ପୋଲରେ ଛୁଆ ବଳି ଦେବା ପାଇଁ ଛୁଆ ଧରୁଥିବା ହଠାତ ପ୍ରଚାର ହୋଇ ଯାଇଥିଲା। ଫଳରେ ଆଖଡାଶାଳ ଓ ଜଗନ୍ନାଥଖୁଣ୍ଟା ଗ୍ରାମର ଦୁଇଶହରୁ ଉର୍ଦ୍ଧ ଗ୍ରାମବାସୀ କ୍ୟାମ୍ପ ଘେରାଉ କରିବା ସହିତ ଦୋଷୀକୁ ଗିରଫ ଦାବି କରିଥିଲେ।
ଘଟଣାସ୍ଥଳରେ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ , ଡିଏସପି ଯଦୁନାଥ ଜେନା ସହିତ ଥାନା କର୍ମଚାରୀ ପହଞ୍ଚିଥିଲେ। ଘଟଣା ସ୍ଥଳରୁ ଜଣେ କର୍ମଚାରୀ ଭିୱାନି ଜିଲ୍ଲା ମୁଣ୍ଡାଲଖୁଆଡ ହରିଆନା ଜୟ ଭଗବାନ (୫୫) କୁ ଗିରଫ କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ପୁଲିସ ଖୋଜୁଥିବା କହିଛି।
ବାଙ୍ଗିରିପୋଷି ଥାନାରେ କଳାବାଡିଆ ସମିତି ସଭ୍ୟ ସନ୍ତୋଷ କୁମାର କଲିଆ ଗ୍ରାମବାସୀ ତରଫରୁ ପୁଲିସକୁ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ୨୦୩/୨୦୨୦ରେ ମାମଲା ରୁଜୁ ତଦନ୍ତ କରୁଛି। ନରବଳି ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି। ଏପଟେ କ୍ୟାମ୍ପ କର୍ମଚାରୀ ଏ କଥାକୁ ଗୁଜବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)