ଦେବଗଡ଼: ବାରକୋଟ ବ୍ଲକ ଡଁରା ସେବା ସମବାୟ ସମିତିର ଅବସରପ୍ରାପ୍ତ ସଂପାଦକଙ୍କ ପୁଅ ସମିତିର ସଭାପତି ପ୍ରତାପ ପ୍ରଧାନ ଓ ସମ୍ପାଦକ ଖଗେଶ୍ୱର ବିଶ୍ୱାଳଙ୍କୁ ହତ୍ୟା ଧମକ ଦେବା ସହ କାର୍ଯ୍ୟାଳୟରେ ନିଆଁ ଲଗାଇବାକୁ ଧମକ ଦେଉଥିବା ମଙ୍ଗଳବାର ବାରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଅବସରପ୍ରାପ୍ତ ସମ୍ପାଦକ ମହେଶ୍ବର ବେହେରାଙ୍କ କାର୍ଯ୍ୟକାଳ ସମୟରେ ଆର୍ଥିକ ଅନିୟମିତତା ହୋଇଥିବାରୁ ବିଭାଗ ପକ୍ଷରୁ ଅଡିଟ୍ କରାଯାଇ ୧୯,୯୯,୯୩୬ ଟଙ୍କା ରିକଭରି କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହା ସହିତ ଆର୍ଥିକ ବର୍ଷ ୨୦୨୧-୨୨ ମଧ୍ୟ ଅଡିଟ ନହେବା ସହ ଗ୍ରାଚୁଇଟି ପାଇଁ ବଜେଟ୍ରେ ବ୍ୟବସ୍ଥା କରିନଥିବା କାରଣରୁ ବୋର୍ଡ ମଞ୍ଜୁରୀ ପ୍ରଦାନ କରୁନଥିଲା। ଗ୍ରାଚୁଇଟି ପ୍ରଦାନରେ ସମସ୍ୟା ହେଉଥିବା ବେଳେ ଏହା ଜାଣି ବି ଶ୍ରୀ ବେହେରା ଉକ୍ତ ଟଙ୍କା ଫେରସ୍ତ କରୁନାହାନ୍ତି। ଓଲଟା ସେ ନିଜ ପୁଅ ଚୋଡ଼ଗଙ୍ଗ ବେହେରାଙ୍କୁ ଲଗାଇ ବର୍ତ୍ତମାନର ସଭାପତି ଶ୍ରୀ ପ୍ରଧାନ ଓ ସଂପଦାକ ଶ୍ରୀ ବିଶ୍ବାଳଙ୍କୁ ହତ୍ୟା କରିବା ଓ ସମବାୟ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେବାକୁ ଧମକ ଦେଉଥିବା ଏତଲାରେ ଦର୍ଶାଯାଇଛି। ପୁଲିସ୍ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଭୟେ ସଭାପତି ଓ ସଂପାଦକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/24-17.jpg)