ଏକତରଫା ପ୍ରେମର କରୁଣ ପରିଣତି: ପ୍ରେମିକାକୁ ଗଳା କାଟି ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା: ଏକତରଫା ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି କାଶୀପୁର ବ୍ଲକ ଟିକିରି ଥାନାର ଓଷାପଡ଼ା ଗ୍ରାମରେ। ବିବାହ ପାଇଁ ପରିବାର ଲୋକଙ୍କ ସ୍ୱୀକୃତି ନ ମିଳିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମୀ ଯୁଗଳ। ପ୍ରେମିକ ରସିକ ପ୍ରଧାନ ପ୍ରେମିକା ରିମା ମାଝୀର ଗଳା କାଟି ହତ୍ୟା କରିବା ପରେ ନିଜ ଗଳା କାଟି ଦେଇଥିଲା। ଅଘଟଣ ସମୟରେ ନିକଟର ଥିବା ଯୁବତୀଙ୍କ ସାଙ୍ଗ ଏଥିରେ ବାଧା ଦେବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି।

ମୃତ ଯୁବତୀଙ୍କ ଘର ଟିକିରି ଥାନା ସାନମାଟିକୋଣା ଗାଁର ରିମା ମାଝୀ ଓ ହତ୍ୟାକାରୀ ପ୍ରେମିକ ହେଉଛନ୍ତି ଟିକିରି ଥାନା ମୁଣ୍ଡାଗାଁ ଗ୍ରାମର ରସିକ ପ୍ରଧାନ। ଖବର ପାଇ ଘଟଣାସ୍ଥଳରେ ଟିକିରି ପୁଲିସ ପହଞ୍ଚି ଗୁରୁତର ଆହତ ଥିବା ଅଭିଯୁକ୍ତ ରସିକକୁ ଉଦ୍ଧାର କରି ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ପରେ ଗୁରୁତର ଥିବାରୁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ତାହାର ଅବସ୍ଥା ଜଟିଳ ରହିଛି। ଯୁବକ ଜଣକର ଏକତରଫା ପ୍ରେମ କରୁଥିଲା।

ଯୁବତୀ ଜଣକ ଦିନ ମଜୁରିଆ ହୋଇଥିବାରୁ ନିର୍ମାଣଧିନ ଘର କାମ କରିବାକୁ ଉଷାପଡା ଆସିଥିଲା ।ଦିନ ଦୁଇଟା ବେଳେ ମଧ୍ୟାହ୍ନ ଭୋଜନ ଖାଇ ବସିଥିବାବେଳେ ହଠାତ ରସିକ ଆସି ଯୁକ୍ତିତର୍କ କରି ଏକ ଧାରୁଆ ଛୁରିରେ ଯୁବତୀଙ୍କ ବେକ କାଟିଲା ପରେ ନିଜେ ମଧ୍ୟ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ଘଟଣାସ୍ଥଳରେ ଟିକିରି ପୁଲିସ ପହଞ୍ଚିଛି ଓ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର