ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ସ୍ଥିତ ବଢ଼େଇ ଫୁଏଲ ପେଟ୍ରୋଲ ପମ୍ପରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛିl ମୃତକ ଜଣକ ମଚିଦା ଗ୍ରାମର ଜମିଦାର ମୋହନ ସିଂଙ୍କ ପୁଅ ଗଣେଶ ସିଂ (୪୫) ବୋଲି ଜଣାପଡ଼ିଛି। ଗଣେଶ ଜଣେ ପୂର୍ବତନ ପୁଲିସ୍ କର୍ମଚାରୀ ହୋଇଥିବାବେଳେ ସେ ମାନସିକ ଆସୁସ୍ଥ ଥିବା ଜଣାପଡିଛି l ଅନ୍ୟପଟେ ଗଣେଶଙ୍କୁ ପିଟିପଟି ହତ୍ୟା କରିଥିବା ଦୁର୍ବୃତ୍ତମାନେ କତରବଗା ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ବୋଲି ସନ୍ଦେହ କରାଯାଉଛି।
ଗଣେଶ ଆଜି ସନ୍ଧ୍ୟାରେ କତରବଗା ସ୍ଥିତ ପେଟ୍ରୋଲ ପମ୍ପ ନିକଟକୁ ଯାଇଥିବାବେଳେ ସେଠାରେ କିଛି ଯୁବକଙ୍କ ସହ ବଚସା ହୋଇଥିଲା। ଏହାପରେ ଯୁବକମାନେ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଗଣେଶ ଗୁରୁତର ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ସୂଚନା ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖାହେବା ଯାଏଁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/33-10.jpg)