ବଣାଇଗଡ଼: ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ହତ୍ୟା। ହତ୍ୟା‌ ପରେ ଅଭିଯୁକ୍ତ ଯୁବକ ଜଣଙ୍କ ମହୁଲପଦା ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ଘଟିଛି ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଡଲେଇସରା ପଞ୍ଚାୟତର ବାଙ୍କି ଗ୍ରାମରେ। ବାଙ୍କି ଗ୍ରାମର ଗୁରୁଚରଣ ମୁଣ୍ଡା (୨୫) ଏକ ଟାଙ୍ଗିଆରେ ହାଣି ହତ୍ୟା‌ କରିଛି ଗ୍ରାମର ସାରଙ୍ଗ ମୁଣ୍ଡା (୭୦)ଙ୍କୁ। ଘଟଣାରୁ ପ୍ରକାଶ ଯେ କୌଣସି କଥାକୁ କେନ୍ଦ୍ର କରି ଗୁରୁଚରଣ ମୁଣ୍ଡା ଓ ସାରଙ୍ଗ ମୁଣ୍ଡାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

Advertisment

ଏଥିରେ ଗୁରୁଚରଣ ମୁଣ୍ଡା ରାଗିଯାଇ ଏକ ଟାଙ୍ଗିଆରେ ସାରଙ୍ଗ ମୁଣ୍ଡାଙ୍କୁ ଟଙ୍ଗିଆରେ ଆକ୍ରମଣ କରିଥିଲା। ଟାଙ୍ଗିଆରେ ବେକକୁ ବାରମ୍ବାର ଚୋଟ ମାରିଥିବାରୁ ଘଟଣାସ୍ଥଳରେ ହିଁ ସାରଙ୍ଗଙ୍କର ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଗୁରୁଚରଣ ମହୁଲପଦା ଥାନାରେ ଆତ୍ମସମର୍ପଣ କରିଥିଲା। ପୁଲିସ ଏସଂପର୍କରେ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ହୋଇଥିବା ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରାଯାଉଛି।